୮୮୦ ବୋତଲ କଫ ସିରପ ଜବତ
ବଲାଙ୍ଗିରରେ ଗୋଟିଏ କାରରେ ଚାଲାଣ ହେଉଥିବାବେଳ ଜବତ ହୋଇଛି ୮୮୦ ବୋତଲ କଫ ସିରଫ ।
ସୂଚନାପାଇ ଟାଉନ ପୁଲିସ ସ୍ମାର୍ଟ ପାର୍କ ନିକଟରୁ ଏହି କଫ ସିରଫକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୫ ଜଣ ଯୁବକଙ୍କୁ ଅଟକ ରଖିଛି ।
ଶନିବାର ବିଳମ୍ବିତ ରାତିରେ ବଲାଙ୍ଗିର ଟାଉନ ଥାନା ପୁଲିସ ସ୍ମାର୍ଟ ପାର୍କ ନିକଟ ବାଇପାସ ରାସ୍ତାରେ କାର ଯୋଗେ ନିଷିଦ୍ଧ କଫ ସିରଫ ଚାଲାଣ ହେଉଥିବା ନେଇ ଖବର ପାଇଥିଲା ।
ପୁଲିସ ଏକ କାରକୁ ଦେଖି ଯାଂଚ କରିବା ପାଇଁ ଅଟକାଇ ଥିଲା ।
ଯାଂଚବେଳେ ସେଥିରୁ ୮୮୦ ବୋତଲ କଫ ସିରଫକୁ ପୁଲିସ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୫ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି ।