ପୁଣି ରାଜଧାନୀରେ ଆମ ବସ ଦୁର୍ଘଟଣା
ପୁଣି ଦୁର୍ଘଟଣା ଘଟାଇଛି ଆମ ବସ ।
ଶ୍ରୀୟା ଛକରେ ଆଜି ଆମ ବସ ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି ।
ଗୁରୁତର ଯୁବକଙ୍କୁ କ୍ୟାପିଟାଲ ହସ୍ୱିଟାଲରେ ଭର୍ତି କରାଯାଇଛି । ଖବରପାଇ ଦୁର୍ଘଟଣାସ୍ଥଳରେ ପୁଲିସ ପହଂଚି ସମ୍ପୃକ୍ତ ବସ୍କୁ ସିଜ୍ କରିଛି ।
ସୂଚନାଥାଉ କି, ଗତ ୬ ମାସ ମଧ୍ୟରେ ଅନେକ ଥର ରାଜଧାନୀ ଭୁବନେଶ୍ୱରରେ ଆମ ବସ୍ ଧକ୍କା ଦେଇ ଅନେକ ଲୋକଙ୍କୁ ଘାଇଲା କରିସାରିଲାଣି ।
ଖାଲି ସେତିକି ନୁହେଁ ଇତି ମଧ୍ୟରେ ମୋ ବସ ଧକ୍କାରେ ଏକାଧିକ ଲୋକ ପ୍ରାଣ ହରାଇସାରିଲେଣି ।
ବାରମ୍ବାର ଏଭଳି ଘଟୁଥିବାରୁ ଲୋକେ ଏବେ ଆମ ବସରେ ବସିବାକୁ ଡରିଲେଣି ।
ତେବେ ଏହି ଦୁର୍ଘଟଣା ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ହେଉ ବା ବସର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହେଉ, ଏଥି ପ୍ରତି ସରକାର ନିହାତି ଦୃଷ୍ଟି ଦିଅନ୍ତୁ ବୋଲି ସାଧାରଣରେ ଦାବି ଜୋର ଧରିଛି ।