ଗୋ ମାଫିଆଙ୍କ ଘରୁ ମିଳିଲା କେଜିଏ ରୁପା
ଗୋ ମାଫିଆଙ୍କ ବିରୋଧରେ ପୁଲିସ ପୁଣି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ।
ବାଲେଶ୍ୱରର ଜଣେ ଗୋମାଫିଆ ଉତମ ଦଣ୍ଡପାଟଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉ କରିଥିବାବେଳେ ତାଙ୍କ ଘରୁ ୧ କିଲୋ ରୁପା ଜବତ କରିଛି ।
ଏହି ଚଢ଼ଉ ଏକାକାଳୀନ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ କରାଯାଇଥିଲା ।
ଏହି ଚଢ଼ଉବେଳେ ଉକ୍ତ ଗୋମାଫିଆଙ୍କ ଘରୁ ପ୍ରାୟ ୧ କିଲୋରୁ ଊଦ୍ଧ୍ୱର୍ ରୁପା ପୁଲିସ ଜବତ କରିଥିବା ପୂର୍ବାଂଚଳ ଡିଆଇଜି କହିଛନ୍ତି ।
ଏଥିସହ ତାଙ୍କ ଘରୁ ୨୦ଟି ଦାମୀ ଗାଡ଼ି, ନଗଦ ୫୦ ହଜାର ଟଙ୍କା ସମେତ ୧୯ଟି ପାସବୁକ ମଧ୍ୟ ଜବତ କରାଯାଇଛି ।