ବିଡିଓଙ୍କୁ ଆକ୍ରମଣ, ୨ ଗିରଫ
ରେସନ କାର୍ଡରୁ ନାମ କଟିଥିବାରୁ ରାଗ ଶୁଝାଇଲେ
ଦଶପଲ୍ଲା ପଂଚାୟତ ସମିତି କାର୍ଯ୍ୟାଳୟକୁ ଆସି ଫେରୁଥିବା ବିଡିଓଙ୍କ ଗାଡ଼ି ଉପରକୁ ୨ ଜଣ ଦୁର୍ବୃତ ପଥରମାଡ଼ କରିଛନ୍ତି ।
୨ ଜଣ ଯୁବକ ଗୋଟିଏ ବାଇକରେ ଆସି ତାଙ୍କ ସରକାରୀ ଗାଡ଼ି ଉପରକୁ ପଥର ମାଡ଼ କରି ଫେରାର ହୋଇଯାଇଛନ୍ତି ।
ଏଥିରେ ବିଡିଓଙ୍କ ଗାଡ଼ିର ସାମ୍ନା କାଚ ଭାଙ୍ଗିଯାଇଛି ।
ତେବେ ରେସନକାର୍ଡରୁ ନାମ କଟିଯାଇଥିବାରୁ ଏଥିରେ ଉତ୍କ୍ଷିପ୍ତ ହୋଇ ଯୁବକଦ୍ୱୟ ଏଭଳି କାଣ୍ଡ କରିଥିବା ପୁଲିସ ଜାଣିପାରିଛି । ସି
ସିଟିଭି ଫୁଟେଜରେ ଏହି ଦୁଇ ଯୁବକ ଏକ ବାଇକରେ ଆସି ବିଡିଓଙ୍କ ଗାଡ଼ି ଉପରକୁ ଏକ ପଥର ଫିଙ୍ଗୁଥିବା ଦେଖଯାଇଛି ।
ପୁଲିସ ସିସିଟିିଭି କ୍ୟାମେରା ଫୁଟେଜକୁ ଆଧାର କରି ୨ ଜଣଙ୍କୁ ଗିରଫ କରିଛି ।