ଧର୍ମକୃତୀ ଗାଁରେ ୧୦ ବଖରା ପାଉଁଶ
ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଧର୍ମକୃତୀ ଗାଁରେ ଘଟିଛି ଭୟାବହ ଅଗ୍ନିକାଣ୍ଡ ।
ଚାହୁଁ ଚାହୁଁ ହୁତୁହୁତୁ ହୋଇ ଜଳିଗଲା ୧୦ ବଖରା ।
ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ୧୦ ବଖରା ସହ ସମସ୍ତ ଆସବାବପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି ।
ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଂଚି ନିଅାଁକୁ ଆୟତ କରିଥିଲେ ।
ମାତ୍ର ସେତେବେଳକୁ ନିଅାଁର ମୁହଁରେ ସବୁକିଛି ଭସ୍ମୀଭୂତ ହୋଇସାରିଥିଲା ।
ପରେ ବିଡିଓ, ସରପଂଚ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି ଅଗ୍ନିବିପନ୍ନ ପରିବାରବର୍ଗଙ୍କୁ ଭେଟି ସେମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।