ରାଜ୍ୟରେ ସର୍ବତ୍ର ପହଲି ରଜର ମହକ
ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ..
ଆଜି ହେଉଛି ପହଲି ରଜ । ଏହି ରଜପର୍ବ ଏକ ଗଣପର୍ବ ହୋଇଥିବାବେଳେ ଏହା ୩ ଦିନ ଧରି ପାଳନ କରାଯାଇଥାଏ ।
ଓଡ଼ିଶାର ଗାଁଗହଳି ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଉତ୍ସବମୁଖର ।
ବିଶେଷ କରି ଏହି ପର୍ବରେ ଝିଅମାନେ ଅଧିକ ଉତ୍ସାହର ସହ ପାଳନ କରୁଥିବାଦେଖିବାକୁ ମିଳିଛି ।
କେବଳ ଗାଁ ନୁହେଁ ରାଜ୍ୟର କଟକ, ଭୁବନେଶ୍ୱର, ବରହମପୁର, ରାଉରକେଲା, ପୁରୀ ଆଦି ସହରରେ ମଧ୍ୟ କୁନିକୁନି ଝଅଙ୍କ ଠାରୁ ବଡ଼ ସଭିଏଁ ପାଳିଛନ୍ତି ପହଲି ରଜ ।
ଝିଅମାନେ ସକାଳୁ ଉଠି ସ୍ନାନ କରି ନୂତନ ପୋଷାକ ପରିଧାନ କରି ମୁଣ୍ଡରେ ଫୁଲ, ମଥାରେ ଚନ୍ଦନ ଓ କୁଙ୍କୁମ ଲଗାଇ ପାଦରେ ଅଳତା ନାଇଛନ୍ତି ।
ଖାଲି ସେତିକି ନୁହେଁ ବିଭିନ୍ନ ସାହିବସ୍ତିରେ ଦୋଳି ଲଗାଯାଇଛି ।
କୁନି କୁନି ଝଅଙ୍କ ଠାରୁ ଆରମ୍ଭ କରି କିଶୋରୀ ଓ ଯୁବତୀମାନେ ମଧ୍ୟ ଏଥିରେ ସାମିଳ ହୋଇ ଦୋଳି ଖେଳିଛନ୍ତି ।
ଏହି ଗଣପର୍ବ ‘ରଜ’ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀ ବିଶେଷ କରି ମହିଳାମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।