ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ଘଟଣା
ଉନ୍ନୟନ କମିଶନରଙ୍କ ତଦନ୍ତ ଆରମ୍ଭ
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ହୋଇଥିବା ସାଂଘାତିକ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।
ଏହି ପାଠ୍ୟ ପୁସ୍ତକ ତ୍ରୁଟିର ତଦନ୍ତ କରିବା ପାଇଁ ଉନ୍ନୟନ କମିଶନର ଦେଓ ରଞ୍ଜନ ସିଂହଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ କମିଟି ଗଠିତ ହୋଇଛି ।
କମିଶନର ଶ୍ରୀ ସିଂହ ସ୍ୱତନ୍ତ୍ର ଟିମ୍ ଧରି ତଦନ୍ତ କରୁଛନ୍ତି । କେମିତି ଓ କାହିଁକି ଏହି ତ୍ରୁଟି ହୋଇଛି ତା’ର ତଦନ୍ତ ଆରମ୍ଭ ହୋଇସାରିଛି ।
ସୂଚନାଥାଉ କି, ଏହି ପାଠ୍ୟପୁସ୍ତକରେ ଓଡ଼ିଶା ବିଧାନସୌଧ ବଦଳରେ କର୍ଣ୍ଣାଟକ ଆସେମ୍ଲିରେ ଚିତ୍ର ରହିଛି ।
ସେହିପରି ନିୟମଗିରି ଓଡ଼ିଶାରେ ନୁହେଁ ଝାଡ଼ଖଣ୍ଡରେ ବୋଲି ଉଲ୍ଲେଖ ରହିଛି ।
ଗଞ୍ଜାମ ବଦଳରେ ବ୍ରହ୍ମପୁରକୁ ଜିଲା ଭାବେ ଦର୍ଶାଯାଇଛି ।
ଏହିଭଳି ପ୍ରଥମରୁ ଅଷ୍ଟ୍ରମ ଶ୍ରେଣୀ ବହିରେ ମୋଟ ୧୬୭୮ଟି ସାଂଘାତିକ ତ୍ରୁଟି ରହିଛି ।
ତେବେ ଏଭଳି ସାଂଘାତିକ ତ୍ରୁଟି କିଏ କଲା ଓ କିଭଳି ହେଲା ?
ଯଦି ହୋଇଥିଲା ତେବେ ତାହାକୁ ତଦାରଖ କରାଯାଇ ମୁଦ୍ରଣ ପୂର୍ବରୁ ବଦଳା ଗଲା ନାହିଁ କାହିଁକି ?
ଏହା ପାଇଁ ଦାୟୀ କିଏ ଆଦି ପ୍ରସଙ୍ଗଗୁଡ଼ିକୁ ଶ୍ରୀ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ କମିଟି ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିବ ।