ବାରିପଦାରେ ମିଳିଲା ୧୫ ନିୟୁତ ବର୍ଷ ତଳର ଜୀବାଶ୍ମ !
୧.୫ କୋଟି ବର୍ଷ ତଳର ମାୟୋସିନ ଯୁଗର ସାମୁଦ୍ରିକ ଜୀବାଶ୍ମ
ବାରିପଦା ସହରରୁ ୧.୫ କୋଟି ବର୍ଷ ତଳର ମାୟୋସିନ ଯୁଗର ସାମୁଦ୍ରିକ ଜୀବାଶ୍ମ ମିଳିଛି ।
ବର୍ତମାନର ସ୍ଥଳଭାଗ ବାରିପଦା ଦିନେ ଏକ ଗଭୀର ସମୁଦ୍ର ଗର୍ଭରେ ଥିଲା ବୋଲି ଗବେଷକମାନେ ଜାଣିବାକୁ ପାଇସାରିଛନ୍ତି ।
ଗବେଷକମାନେ ପ୍ରାଚୀନ ସାର୍କର ଦାନ୍ତ, ମେରୁଦଣ୍ଡର ଜୀବାଶ୍ମ ପାଇଛନ୍ତି ।
ଏଥିସହ ଏଠାରୁ କୁମ୍ଭୀର, ମାଛ ଏବଂ ଶାମୁକା ଜାତୀୟ ଜୀବଙ୍କ ଅବଶେଷ ମିଳିଛି ।
ଅନ୍ୟପଟେ ସମୁଦ୍ର ଏବେ ବାରିପଦା ଠାରୁ ପ୍ରାୟ ୬୦ କି.ମି. ଦୂରକୁ ଘୁଂଚିଯାଇଛି ।
ସ୍ଥାନୀୟ ଲୋକେ ପୂର୍ବରୁ ଏହି ସ୍ଥାନକୁ ‘ଅସୁର ହାଡ଼’ ବୋଲିି କହୁଥିଲେ ।