ମାସ ଶେଷ ଆଡ଼କୁ ଲଘୁଚାପ !
ଚଳିତ ମାସ ଶେଷ ଆଡ଼କୁ ଏକ ବଡ଼ ଧରଣର ଲଘୁଚାପ ସୃଷ୍ଟି ହୋଇ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।
ଆସନ୍ତା ଜୁନ ୨୪ ତାରିଖରେ ଏହି ଲଘୁଚାପ ଯୋଗୁଁ ବର୍ଷା ହେବ ।
ମୌସୁମି ଋତୁର ପ୍ରଥମ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ଜୁନ ୨୪-୨୫ ଆଡ଼କୁ ଉତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ।
ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ।
ଫଳରେ ପ୍ରବଳ ଖରା ଓ ଗୁଳଗୁଳିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିବା ସହ ଚାଷବାସ କାମ ମଧ୍ୟ ସୁରୁଖୁରୁରେ ହୋଇପାରିବ ବୋଲି ଆଶା କରାଯାଉଛି ।
ଏହାପରେ ମୌସୁମି ଅଧିକ ସକ୍ରିୟ ରହିପାରେ ବୋଲି ପାଣିପାଗ ବିଭାଗ କହିଛି ।








