ପଦ୍ମପୁରରେ ଶବକୁ ଅସମ୍ମାନ
ଆମ ସରକାର ବିକାଶର କଥା କହୁଛନ୍ତି । ଏକବିଂଶ ଶତାବ୍ଦୀ ସରିବାକୁ ବସିଲାଣି ହେଲେ ଦେଶରେ ଏଯାବତ ସମସ୍ତେ ମୌଳିକ ସୁବିଧା ପାଇପାରି ନାହାନ୍ତି ।
କେଉଁଠି ସଡ଼କ ନାହିଁ, ତ ପୁଣି କେଉଁଠି ପାଣି ବା ବିଜୁଳି । ତା’ଉପରେ ପୁଣି ଏଯାବତ ରାଜ୍ୟର ଅନେକ ସ୍ଥାନରେ ‘ନିଅାଁପାଣି’ ବାସନ୍ଦ ଭଳି କୁତ୍ସିତ ସାମାଜିକ ଚଳଣି ରହିଛି ।
ଏଭଳି ଏକ ଘଟଣା ପଦ୍ମପୁରରେ ଘଟିଛି । ମଲା ପରେ ବି ଶବକୁ ମିଳିନି ଚାରିକାନ୍ଧ ବା ସମ୍ମାନ ।
ମୃତକଙ୍କ ଦୁଇ ପୁଅ ଦାଦନ ଖଟିବାକୁ ଯାଇ ଅନ୍ୟ ଜାତିରେ ବାହା ହୋଇଥିବାରୁ ଗ୍ରାମବାସୀ ତାଙ୍କୁ ବାସନ୍ଦ କରିଦେଇ ‘ନିଅାଁପାଣି’ ବନ୍ଦ କରିଦେଇଥିଲେ ।
ତେବେ ମଲା ପରେ ବି କୌଣସି ଗ୍ରାମବାସୀ କାନ୍ଧ ନ ଦେବାରୁ ବାଧ୍ୟ ହୋଇ ଆତ୍ମୀୟସ୍ୱଜନମାନେ ସାଇକଲରେ ଶବକୁ ମଶାଣି ପର୍ଯ୍ୟନ୍ତ ନେଇ ସେଠାୋର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।
ଯାହାକି କେବଳ ଉକ୍ତ ଅଂଚଳ ନୁହେଁ ସାରା ରାଜ୍ୟ ତଥା ଦେଶରେ ଚର୍ଚ୍ଚାର ବିଷୟବସ୍ତୂ ପାଲଟିଛି ।
ଅନ୍ୟପଟେ ଏହାକୁ ନେଇ ବିରୋଧଦଳଗୁଡ଼ିକ ଶାସକ ଦଳର ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦେଶ କରିଛନ୍ତି ।