ସ୍କୁଲ ବହି ତ୍ରୁଟି ଘଟଣା ୪ ନିଲମ୍ବିତ
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ନିିମନ୍ତେ ଛପାଯାଇଥିବା ପାଠ୍ୟପୁସ୍ତକରେ ମୋଟ ୧୮୭୦ଟି ଭୁଲ ଥିବା କଥା ସାମ୍ନାକୁ ଆସିବାପରେ ଆକ୍ସନମୋଡକୁ ଆସିଛନ୍ତି ସରକାର । ଏଭଳି ଗମ୍ଭୀର ବହି ତ୍ରୁଟି ପଛରେ ସରକାରଙ୍କୁ ବଦନାମ କରାଯିବା ଲାଗି ଏକ ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର କରାଯାଇଥିବା ପ୍ରଶାସନିକ ସ୍ତରରେ କୁହାଯାଉଛି ।
ତେବେ ସରକାର ଏହାକୁ ଗୁରୁତର ସହ ନେଇ ଏହି ଘଟଣା ପାଇଁ ଦାୟୀ ୩ ଜଣ ସହକାରୀ ନିର୍ଦେଶକଙ୍କ ସମେତ ମୋଟ ୪ ଜଣଙ୍କୁ ସରକାର ନିଲମ୍ବନ କରିଛନ୍ତି ।
ଏଥିସହ ୬ ଜଣ ସହକାରୀ ନିର୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠ ଗ୍ରହଣ କରାଯାଇଛି ।
ତଦନ୍ତ କମିଟିର ସୁପାରିଶି ମତେ ପୂର୍ବତନ ଶିକ୍ଷକ ତଥା ଶିକ୍ଷା ନିର୍ଦେଶକ ମନୋଜ ପାଢ଼ୀଙ୍କ ସମେତ ୩ ଜଣ ସହକାରୀ ନିର୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲୀପ ସାହୁ ଓ ଭାରତୀ ଟୁଡୁଙ୍କୁ ସରକାର ନିଲମ୍ବନ କରିଛନ୍ତି ।