୫ ବର୍ଷ ପରେ ଲୁଟିଆ ଦମ୍ପତିଙ୍କୁ କନ୍ୟାକୁମାରୀରୁ ଗିରଫ
୨୦୨୧ ମସିହାରେ ମାଲକାନଗିରିରେ ଘଟିଥିବା ଲୁଟ୍ ମାମଲାରେ ପୁଲିସକୁ ମିଳିଛି ସଫଳତା ।
ଏହି ଘଟଣାରେ ଅଭିଯୁକ୍ତ ଦମ୍ପତିଙ୍କୁ କନ୍ୟାକୁମାରୀରୁ ମାଲକାନଗିରି ପୁଲିସ ଗିରଫ କରିଛି ।
ଗିରଫ ଦମ୍ପତି ମିଠାରେ ନିଶା ଦେଇ ଲୋକଙ୍କୁ ଲୁଟୁଥିଲେ ।
୨୦୨୧ରେ ଏଭଳି ଏକ ଲୁଟର ଶିକାର ହୋଇଥିବା ସୁବାସ ପାଟିଲଙ୍କ ପରିବାର ଏନେଇ ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ ।
୨୦୨୧ରେ ଲୁଟ କରି ଫେରାର ଥିଲେ ଦମ୍ପତି ।
ଲୁଟର ୫ ବର୍ଷ ପରେ ପୁଲିସ ମାମଲାର ତଦନ୍ତ କରି ଏହି ଲୁଟିଆ ଦମ୍ପତିଙ୍କୁ କନ୍ୟାକୁମାରୀରୁ ଗିରଫ କରିଥିବା ମାଲକାନଗିରି ଏସପି ବିନୋଦ ପାଟିଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ସେମାନଙ୍କ ଠାରୁ ସୁନା, ଦେଶୀ ପିସ୍ତଲ ଓ ଅଫୁଟା ଗୁଳିକୁ ପୁଲିସ ଜବତ କରିଛି ବୋଲି ଏସପି ଶ୍ରୀ ପାଟିଲ କହିଛନ୍ତି ।