ବାଣପୁର ହାଜତରେ ଯୁବକ ମୃତ
ହତ୍ୟା ଅଭିଯୋଗକୁ ଏସପିଙ୍କ ଖଣ୍ଡନ
ବାଣପୁର ହାଜତରେ ପୁଲିସ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।
ଏକ ଗଣ୍ଡଗୋଳ ମାମଲାରେ ପୁଲିସ ତୋଫାନ ନାୟକଙ୍କୁ ଥାନାକୁ ପଚରା ଉଚୁରା ପାଇଁ ଆଣିଥିଲା ।
ହାଜତରେ ଅତି ନୃଶଂସ ଭାବେ ମାଡ଼ ମାରିବାରୁ ତୋଫାନଙ୍କ ଅବସ୍ଥା ଗୁରୁତର ହୋଇଥିଲା ।
ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା ।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ପୁଅକୁ ହାଜତରେ ପୁଲିସ ପିଟିପିଟି ମାରି ଦେଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।
ଅନ୍ୟପଟେ ପରିବାରର ଏହି ଅଭିଯୋଗକୁ ଖୋର୍ଦ୍ଧା ଏସପି ଖଣ୍ଡନ କରିଛନ୍ତି ।
ଘଟଣାର ସିସିଟିଭି ଫୁଟେଜ ରହିଛି ବୋଲି କହିଛନ୍ତି ।