ପ୍ଲସ ଥ୍ରୀ ଆଡମିଶନରେ ପୁଣି କେଁ
ପ୍ଲସ ଥ୍ରୀ ଆଡମିଶନରେ ପୁଣି କେଁ ଦେଖାଦେଇଛି ।
ରିଚେକିଂ ଓ ରିଆଡିସନ ସରିବା ପୂର୍ବରୁ ଆଡମିଶନ କରିବାକୁ ଧାର୍ଯ୍ୟ କରାଯାଇଥିଲା ।
ହେଲେ ଏଯାବତ ରିଚେକିଂ ଓ ରିଆଡିସନର ରିପୋର୍ଟ ଗଣଶିକ୍ଷା ବିଭାଗକୁ ସମ୍ପୂର୍ଣ୍ଣ ରୂପେ ହସ୍ତଗତ ହୋଇପାରି ନାହିଁ ।
ଫଳରେ +୩ରେ ନାମଲେଖାବେଳେ ମନପସନ୍ଦ କଲେଜରେ ନାମ ଲେଖାଇବାରୁ ବଂଚିତ ହେଉଛନ୍ତି ଛାତ୍ରଛାତ୍ରୀ ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ବିବାଦରେ ଘେରି ହୋଇଛି କାଉନସିଲ ।
+୨ ରିଚେକିଂ ରେଜଲ୍ଟ ଆସିଲାବେଳକୁ ଆରମ୍ଭ ହୋଇଗଲାଣି ଆଡମିଶନ ।
ତେବେ ନିୟମ ଅନୁଯାୟୀ ଯଦି ରିଚେକିଂ ପହେର ଜଣେ ପିଲାର ମାର୍କ ବଢ଼ିଛି ତା’ହେଲେ ସେ ଅଧିକ କଟ୍-ଅଫ୍ ଥିବା ଭଲ କଲେଜରେ ପଢ଼ିବାକୁ ଯୋଗ୍ୟ ।
ହେଲେ ଏଯାଏଁ ଅନଲାଇନରେ ସବୁ ଉତର ଖାତାର ନକଲ ମିଳିନି କି ରଚେକିଂ ଫଳାଫଳ ବାହାରିନି ।
ଅନ୍ୟପଟେ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ାଙ୍କ କହିବା କଥା ଯେ, ଅଧିକ ସଂଖାରେ ଆବେଦନ ଯୋଗୁଁ କିଛିଟା ସମସ୍ୟା ଦେଖାଦେଇଛି ।
ତେବେ ଆସନ୍ତା କାଲି ମଙ୍ଗଳବାର ସୁଦ୍ଧା ସମସ୍ତଙ୍କୁ ଉତର ଖାତା ଯୋଗାଇ ଦିଆଯିବ ବୋଲି ଶ୍ରୀ ପରିଡ଼ା କହିଛନ୍ତି ।
ପିଲାମାନେ ବର୍ତମାନ ରଖିଥିବା ନମ୍ବର ଅନୁସାରେ କଲେଜରେ ଆଡମିଶନ କରନ୍ତୁ ।
ରିଚେକିଂ ପରେ ରିଆଡିସନ ନମ୍ବର ସହ ୬୦ ଦିନ ଭତରେ ସାମସ ପୋର୍ଟାଲରେ ମାର୍କ ଯୋଗାଇ ଦିଆଯିବ ।
ଏଣୁ ପରେ ଆଡମିଶନ କରିବାରେ କିଛି ସମସ୍ୟା ନାହିଁ । ବୋଲି ପରୀକ୍ଷା ନିରୀକ୍ଷକ ଶ୍ରୀ ପରିଡ଼ା କହିଛନ୍ତି ।