ସବୁ ସ୍କୁଲକୁ ମିଳିବ ସଂଶୋଧିତ ବହି
ତୁଟୁନି ବହି ବିଭ୍ରାଟ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିିତ ବର୍ଷ ପିଲାଙ୍କ ପାଇଁ ପାଠ୍ୟପୁସ୍ତକ ଛପାହୋଇଛି ।
ହେଲେ ଛପାଗଲାପରେ ଏହି ପାଠ୍ୟପୁସ୍ତକଗୁଡ଼ିକରେ ପ୍ରବଳ ତ୍ରୁଟି ରହିଥିବା ପରିଲକ୍ଷିତ ହୋଇଛି ।
ଯେଭଳି କି ଓଡ଼ିଶା ବିଧାନସୌଧ ପରିବର୍ତେ କର୍ଣ୍ଣାଟକ ବିଧାନସଭାର ଚିତ୍ର ରହିଛି ।
ଏଭଳି ସାଂଘାତିକ ତ୍ରୁଟିର ସଂଖ୍ୟା ୧୮ଶହରୁ ଊଦ୍ଧ୍ୱର୍ ରହିଛି । ଯାହାକି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ନିମନ୍ତେ ଚିନ୍ତାର ବିଷୟ ପାଲଟିଛି ।
ଅନ୍ୟପଟେ ଲକ୍ଷାଧିକ ସଂଖ୍ୟାରେ ଛପାଯାଇଥିବା ଏହି ତ୍ରୁଟିପୂର୍ଣ୍ଣ ପୁସ୍ତକ ପାଇଁ ଦାୟୀ ଏନସିଆରଟିର ପୂର୍ବତନ ନିର୍ଦେଶକ ମନୋଜ ପାଢ଼ୀଙ୍କ ସମେତ ୩ ଜଣ ସହନିର୍ଦେଶକଙ୍କୁ ନିଲମ୍ବିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସେହିପରି ଅନ୍ୟ ୩ ଜଣଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ହେଲେ କଥା ଏଠି ସରିଯାଉନି ।
କାରଣ ଆଉ ୬ ମାସ ପରେ ବାର୍ଷିକ ପରୀକ୍ଷା ।
ପିଲା ତ ଏଯାବତ ଏକ ନିର୍ଭୁଲ ପାଠ୍ୟପୁସ୍ତକ ପାଇଲେ ନାହିଁ । ସେମାନେ ପାଠ ପଢ଼ିବେ କ’ଣ ଓ ପରୀକ୍ଷା ଦେବେ କିଭଳି ଏହି ପ୍ରଶ୍ନ ସମସ୍ତଙ୍କୁ ଘାରିଛି ।
ତେବେ ସମସ୍ତ ସ୍କୁଲଗୁଡ଼ିକୁ ପୁଣି ଥରେ ସଂଶୋଧିତ ବହି ଯୋଗାଇ ଦିଆଯିବ ବୋଲି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।
ତେବେ ସମସ୍ତ ସ୍କୁଲଗୁଡ଼ିକୁ ପୁଣି ଥରେ ସଂଶୋଧିତ ବହି ଯୋଗାଇ ଦିଆଯିବ ବୋଲି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।
ସ୍କୁଲଗୁଡ଼ିକୁ ଡିଇଓ ଏବଂ ପ୍ରଧାନ ଶିକ୍ଷକମାନଙ୍କ ଜରିଆରେ ସଂଶୋଧିତ କପି ଯୋଗାଇ ଦିଆଯିବ । ଏହି ଆଧାରରେ ଶିକ୍ଷକମାନେ ପିଲାମାନଙ୍କୁ ପାଠ ପଢ଼ାଇବେ ବୋଲି ଶ୍ରୀ ଗଣ୍ଡ କହିଛନ୍ତି ।