ସୌମ୍ୟ ହତ୍ୟା : ଜେଲରେ ଅଭିଯୁକ୍ତଙ୍କୁ ଜେରା
ବହୁ ଚର୍ଚ୍ଚିତ ବାଲିଅନ୍ତା ଜିଆର୍ପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡରେ ମଙ୍ଗଳବାର ଚୌଦ୍ୱାର ଜେଲ୍ରେ ଗିରଫ ୨୦ ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଂଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କ ନେତୃତ୍ୱରେ ଜେରା କରାଯାଇଛି । ସୌମ୍ୟଙ୍କ ଶ୍ୱାସରୁଦ୍ଧ ହୋଇ ପ୍ରାଣ ଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇଛି ।
ତେବେ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି ।
ସୌମ୍ୟଙ୍କ ଫୋନ ଲକ୍ ଥିଲା । ଫରେନସିକ ବିଶେଷଜ୍ଞ ଖୋଲି ସମସ୍ତ ତଥ୍ୟ ଦେବେ ।
୨ରୁ ୩ ଦିନ ମଧ୍ୟରେ ଫୋନ ତଥ୍ୟ ମିଳିବ । ଏଯାଏଁ ଏହି ମାମଲାରେ ଆଉ କାହାକୁ ଅଟକ ରଖାଯାଇ ନାର୍ହି ବୋଲି ଡିସିପି କହିଛନ୍ତି ।