ଶ୍ରୀମନ୍ଦିର ଗଲା ଅଣସର ଭାର
କାଳିଆ ସାଆନ୍ତଙ୍କ ଲୀଳା ନିଆରା ।
ବର୍ଷକୁ ସେ ଥରେ ଗାଧାନ୍ତି ।
ସେ ପୁଣି ଗୋଟିଏ କି ଦୁଇଟି ଗରା ନୁହେଁ; ପୁରା ୧୦୮ ଗରା ପାଣିରେ ।
ସେହି ପାଣି ପୁଣି ଶ୍ରୀମନ୍ଦିରରେ ଥିବା ସୁନା କୁଅରୁ ଦେବସ୍ନାନ ପୂର୍ଣ୍ଣିମା ଦିନ କଢ଼ାଯାଇ ବଡ଼ଭାଇ ବଳଭଦ୍ର, ଭଉଣୀ ମା’ ସୁଭଦ୍ରା ଓ କାଳଆ ସାଆନ୍ତଙ୍କ ଉପରେ ଢଳାଯାଏ ।
ଏହି ସ୍ନାନ ପରେ ଶ୍ରୀଜୀଉମାନଙ୍କୁ ଜ୍ୱର ହେଉଥିବାରୁ ସେମାନଙ୍କୁ ଚିକିତ୍ସା ନିମନ୍ତେ ଅଣସର ଘରକୁ ନିଆଯାଇଥାଏ ।
ସେଠାରେ ସେବାୟତମାନେ ତାଙ୍କର ଉପଚାର କରନ୍ତି ।
ଏହି କ୍ରମରେ ଆଜି ଶ୍ରୀଜୀଉଙ୍କ ମାମୁ ଘର ନିଆଳି ମାଧବାନନ୍ଦ ପୀଠରୁ ସେବକମାନେ ଅସୁସ୍ଥ ଭଣଜା ଭାଣିଜୀଙ୍କ ପାଇଁ ଅଣସର ଭାର ନେଇ ଯାଇଛନ୍ତି ।
ଭାରରେ ସୁସ୍ୱାଦୁ ଫଳମୂଳ ସହ ତୁଳସୀ, ଦୟଣା ଓ ଫୁଲ ପଠାଯାଇଛି ।