ବିନା ଟାହିଆରେ କାଳିଆ
ବିଜେପି ସରକାର ଶାସନକୁ ଆସିବା ପର ଠାରୁ ରାଜ୍ୟରେ ନୂଆ ନୂଆ ଘଟଣାମାନ ଘଟୁଛି ଯାହା ପୂର୍ବରୁ କେବେ ଘଟିନଥିଲା ।
ଶ୍ରୀମନ୍ଦିରର ପରମ୍ପରାନୁଯାୟୀ, ଘୋଷଯାତ୍ରା ଦିନ ରତ୍ନବେଦୀରୁ ବା ଶ୍ରୀମନ୍ଦିର ଭିତରୁ ବଡ଼ବାହୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ଆସିବାବେଳେ ତାଙ୍କ ମସ୍ତକରେ ପୁଷ୍ପର ଟାହିଆ ଶୋଭାପାଇଥାଏ ।
ହେଲେ ଚଳିତ ବର୍ଷ ପହଣ୍ଡିବେଳେ ବଡ଼ଠାକୁର ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ମସ୍ତକରେ ଟାହିଆ ଶୋଭା ପାଉଥିବାବେଳେ କାଳିଆ ସାଆନ୍ତଙ୍କ ମସ୍ତକରେ ଏହା ନଥିଲା ।
ବିନା ଟାହିଆରେ ଏଥରକ କାଳିଆ ଠାକୁର ରଥାରୂଢ଼ ହୋଇଥିଲେ ।
ତେଣେ ଏହାକୁ ନେଇ ଭକ୍ତ ମହଲରେ ନାନାଦି କଥା ଶୁଣିବାକୁ ମିଳୁଛି ।
କିଏ କହୁଛି ବୋଧେ ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ଛାଡ଼ି ଯିବାକୁ କାଳିଆ ଠାକୁରଙ୍କ ଇଛା ନଥିଲା ତ ଆଉ କିଏ କହୁଛନ୍ତି କାଳିଆ ଠାକୁରଙ୍କ ମସ୍ତକରେ ଟାହିଆ ନରହିବା ଦେଶ ତଥା ଜାତି ପାଇଁ ଆଦୌ ଶୁଭଙ୍କର ନୁହେଁ ।
ତେବେ କାଳିଆ କଥା ବଡ଼ ନିଆରା କେତେବେଳେ ସେ କ’ଣ ଲୀଳା ଲଗାଇ ଥାଏ ତାହା କେବଳ ତାକୁହିଁ ଜଣା ।