ପୂର୍ବତଟ ରେଳପଥ ପକ୍ଷରୁ ଏଆଇ ରୋବଟ ସେବା
ପୂର୍ବତଟ ରେଳପଥ ପକ୍ଷରୁ ବାହୁଡ଼ା ଯାତ୍ରା ପାଇଁ ପ୍ରଥମ ଥର ଏଆଇ ରୋବଟ ସେବା ଆରମ୍ଭ କରାଯାଇଛି ।
ପୂର୍ବତଟ ରେଳପଥ ପକ୍ଷରୁ ୪୦ ଲକ୍ଷ ଟଙ୍କାରେ ନିର୍ମିତ ଡିଏସସି ଅର୍ଜୁନକୁ ନିୟୋଜିତ କରାଯାଇଛି ।
ଏଥିରେ ୭ଟି ଏଆଇ ୩୬୦ ଡିଗ୍ରୀ କ୍ୟାମେରା ଲାଗିଛି ।
ଏହି ଏଆଇ କ୍ୟାମେରା ଦ୍ୱାରା ଡିଏସସି ରୋବର୍ଟ ଯାତ୍ରୀଙ୍କୁ ବାହୁଡ଼ା ଯାତ୍ରାର ସବିଶେଷ ତଥ୍ୟ ଦେବା ସହ ତାଙ୍କର ସୁରକ୍ଷା ବିଷୟରେ ଅବଗତ କରାଇବ ।
ଏହାଦ୍ୱାରା ଯାତ୍ରୀଙ୍କ ସେଫ୍ଟି, ସିକ୍ୟୁରିଟି ଓ ସର୍ଭିଲାନ୍ସ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ଆସନ୍ତା କାଲି ପୁରୀ ଷ୍ଟେସନରେ ବାହୁଡ଼ା ଯାଏଁ ଡିଏସସି ଅର୍ଜୁନ ରୋବଟ ନିୟୋଜିତ ରହିବ ।
ପରେ ଏହାକୁ ସ୍ଥାୟୀ ଭାବେ ଭୁବନେଶ୍ୱର ଷ୍ଟେସନରେ ନିୟୋଜିତ କରଯିବ ବୋଲି ଜଣାଯାଇଛି ।