ନାଇଡୁ କମିସନ ଫାଇଲ ଗାୟବ ଘଟଣା
କ୍ୟାପିଟାଲ ଥାନାରେ କ୍ରାଇମବ୍ରାଂଚ ଟିମ୍
ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ କରିଥିବା ଜଷ୍ଟିସ ନାଇଡୁ କମିସନର ରିପୋର୍ଟ ଫାଇଲ ଗାୟବ ଘଟଣାକୁ ରାଜ୍ୟର ମୋହନ ସରକାର ଗୁରୁତର ସହିତ ନେଇଛନ୍ତି ।
ଏଣୁ ଏହି ମାମଲାର ବିଧିବଦ୍ଧ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦେଶ ମତେ କ୍ୟାପିଟାଲ ଥାନାରେ କ୍ରାଇମବ୍ରାଂଚ ଟିମ୍ ପହଂଚି ଫାଇଲ ଗାୟବ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଏହି ମାମଲାର ତଦନ୍ତ କ୍ରାଇମବ୍ରାଂଚ ଡିଏସପି ଆଶୁତୋଷ ମିଶ୍ର କରୁଛନ୍ତି ।
ଏନେଇ ପୁଲିସ ଠାରୁ ତଥ୍ୟ ସଂଗ୍ରହ କରୁଛି କ୍ରାଇମବ୍ରାଂଚ ।








