ସିଜେପି ଆନ୍ଦୋଳନ ହିଂସା: ଗଠନ ହେବ କମିଟି
ଗଣତନ୍ତ୍ରରେ ଆନ୍ଦୋଳନ ହେବା ଉଚିତ : ସୁପ୍ରିମକୋର୍ଟ
ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ପୂର୍ବତନ କେନ୍ଦ୍ର ଗଣଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରି ତାଙ୍କ ଇସ୍ତଫା ପାଇଁ ଜନ୍ତର ମନ୍ତର ଠାରେ ଦୀର୍ଘ ୨ ସପ୍ତାହରୁ ଅଧିକ ସମୟ ଧରି କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯାଇଥିଲା । ଏହି ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ସରକାରଙ୍କ ନିର୍ଦେଶମତେ ପୁଲିସ ପକ୍ଷରୁ ଧାରଣାରତ ଛାତ୍ରଛାତ୍ରୀଙ୍କ ଉପରେ ଲାଠି ଚାଳନା କରିବାକୁ ପଡ଼ିଥିଲା ।
ଏହାର ପ୍ରତିବାଦରେ ଧାରଣାରତ ଛାତ୍ରଛାତ୍ରୀମାନେ ମଧ୍ୟ ପୁଲିସ ଉପରକୁ ଟେକା, ପଥର ଓ ବୋତଲ ଫୋପାଡ଼ି ଥିଲେ । ଏହି ହିଂସାକାଣ୍ଡ ପାଇଁ ଉଭୟ ଛାତ୍ରଛାତ୍ରୀ ଓ ପୁଲିସ ପରସ୍ପରକୁ ଦୋଷ ଦେଉଥିବାବେଳେ ମାମଲା ସୁପ୍ରିମକୋର୍ଟରେ ପହଂଚିଛି ।
ତେବେ ଏହି ହିଂସା ପାଇଁ କିଏ ଦାୟୀ ତାହାର ତଦନ୍ତ କରିବା ପାଇଁ ଏକ କମିଟି ଗଠନ ହେବ ବୋଲି ମାନ୍ୟବର ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । ମାନ୍ୟବର ସୁପ୍ରିମକୋର୍ଟ ନିର୍ଦେଶରେ ସ୍ପଷ୍ଟ କରିଛନ୍ତି ଯେ, ଗଣତନ୍ତ୍ରରେ ଆନେ୍ଦାଳନ ହେବା ନିଶ୍ଚିତ, ଏହା ଏକ ସାମ୍ବିଧାନିକ ଅଧିକାର ।
ତେବେ ଆନ୍ଦୋଳନକାରୀଙ୍କୁ ଦମନ କରିବା ଲାଗି ପୁଲିସ ପକ୍ଷରୁ କରାଯାଇଥିବା ପେଲେଟ ଗୁଳିମାଡ଼କୁ ମାନ୍ୟବର ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଛନ୍ତି ।
ଅନ୍ୟପଟେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଏହି ନିର୍ଦେଶ ସଜେପି ଆନେ୍ଦାଳନକାରୀଙ୍କୁ କିଛିଟା ଆଶ୍ୱସ୍ତି ପ୍ରଦାନ କରିଛି । ଏହି କମିଟି ଦିଲ୍ଲୀ ସହ ଅନ୍ୟାନ୍ୟ ରାଜ୍ୟରେ ହୋଇଥିବା ହିଂସାକାଣ୍ଡର ତଦନ୍ତ କରିବ ।
ଏଥିସହ ବିକ୍ଷୋଭବେଳେ ପୁଲିସ ଉପରକୁ କରାଯାଇଥିବା ଆକ୍ରମଣର ମଧ୍ୟ ତଦନ୍ତ କରାଯିବ ବୋଲି ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି ।
ଅପରାଧିକ ରେକର୍ଡ ନଥିବା ସମସ୍ତ ଆାନେ୍ଦାଳନକାରୀଙ୍କୁ ଛାଡ଼ିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି ।
ଏ ସଂକ୍ରାନ୍ତରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ପକ୍ଷରୁ ମହରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ, ଆସାମ, ଉତର ପ୍ରଦେଶ ଓ ଦିଲ୍ଲୀ ସରକାରଙ୍କୁ ନୋଟିସ କରାଯାଇଛି ।
ଏହି ସମସ୍ତ ଘଟଣାର ସିସିଟିଭି, ବଡି କ୍ୟାମ ଭିଡିଓ ସୁରକ୍ଷିତ ରଖିବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି ।








