ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା- ମୁଖ୍ୟମନ୍ତ୍ରୀଙ୍କୁ କାଡ଼ାମଙ୍କ ଚିଠି
ସ୍ୱତନ୍ତ୍ର ଭାବେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଲାଗୁ କରାଯାଉ
ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଓ ଆୟୁଷ୍ମାନ ଯୋଜନା ମିଶିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଚିଠି ଲେଖିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ କାଡ଼ାମ ଏନେଇ ଚିଠି ଲେଖିଛନ୍ତି ଯେଉଁଥିରେ ଅନେକ ସାମ୍ବାଦିକ ନିଜ ଚିକିତ୍ସା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି ।
ଗଣମାଧ୍ୟମ ସରକାର ଓ ସାଧାରଣ ଲୋକଙ୍କ ଭିତରେ ଏକ ବ୍ରିଜ ସଦୃଶ ।
ତେବେ ପୂର୍ବଭଳି ସ୍ୱତନ୍ତ୍ର ଭାବେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ଲାଗୁ କରାଯାଉ ବୋଲି ଶ୍ରୀ କାଡ଼ାମ ଚିଠିରେ ଉଲ୍ଲେଖ କରିଥିବା ଜଣାଯାଇଛି ।








