ସରକାରୀ ଜମିରେ ଗଂଜେଇ ଚାଷ ମନା
ଏଥରକ ସରକାରୀ ଜମିରେ ଗଂଜେଇ ଚାଷ କଲେ ଆକ୍ସନ ନେବେ ସରକାର ।
ସରକାରୀ ଜମିରେ ଗଂଜେଇ ଚାଷ ରେକରିବାକୁ ସରକାରଙ୍କ ଏହା କଡ଼ା ନିର୍ଦେଶ ଯାହାକି ଚିଠି ଜରିଆରେ ଆସିଛି ।
ଏ ସଂକ୍ରାନ୍ତରେ ୬ଟି ଜିଲାର ଜିଲାପାଳଙ୍କୁ ରାଜସ୍ୱ ସଚିବ ଚିଠି ଲେଖିଛନ୍ତି ।
ଏହି କ୍ରମରେ ମାଲକାନଗରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି ଜିଲାଗୁଡ଼ିକର ଜିଲାପାଳଙ୍କୁ ରାଜସ୍ୱ ସଚିବ ଚିଠି ଯୋଗେ ନିର୍ଦେଶ ଦେଇଛନ୍ତି ।
କ୍ଷେତ୍ରସ୍ତରୀୟ ରାଜସ୍ୱ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି ।
ତହସିଲଦାର, ଅତିରିକ୍ତ ତହସିଲଦାର ଓ ଆରଆଇଙ୍କୁ ପଦକ୍ଷେପ ନେବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି ।








