ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ
ଦେବଦତଙ୍କ ଡେବୁ୍ୟ ସେଂଚୁରୀ
ଶ୍ରୀଲଙ୍କାର ଗାଲେ ଠାରେ ଘରୋଇ ଟିମ୍ ସହିତ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଛି ଭାରତ ।
ଭାରତୀୟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ।
ଦଳ ପକ୍ଷରୁ ଯଶସ୍ୱୀ ଯୟଶ୍ୱାଲ ଓ କେ.ଏଲ.ରାହୁଲ ଓପନିଂ କରିବାକୁ ଓହ୍ଲାଇଥିଲେ । ଯଶସ୍ୱୀ ୩୭ ବଲରୁ ୫ଟି ଚୌକା ସହାୟତାରେ ୩୭ ରନ କରି ରନଆଉଟ ହୋଇଯାଇଥିଲେ ।
ଫାଷ୍ଟ ଡାଉନରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ନବାଗତ ଦେବଦତ ପାଡିକାଲ ଚମକ୍ରାର ବ୍ୟାଟିଂ କରିଥିଲେ ।
ସେ ତାଙ୍କର ପଦାର୍ପଣ ମ୍ୟାଚରେ ଚମକ୍ରା ଖେଳ ପ୍ରଦର୍ଶନ କରି ୧୭୮ ବଲ୍ରେ ୧୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୧୩୧ ରନ କରି ଅପରାଜିତ ରହିଛନ୍ତି ।
ତାଙ୍କୁ ଅପରପକ୍ଷରୁ କେ.ଏଲ.ରାହୁଲ ଉପଯୁକ୍ତ ସହଯୋଗ କରି ୭୭ ରନ କରିଥିଲେ । ତେବେ ସେ ରିଟାର୍ଡ ହଟ ହେବାରୁ ଅଧିନାୟକ ଶୁଭମନ ଗିଲ ବ୍ୟାଟିଂ କରିବାକୁ ଆସିଥିଲେ ।
ମାତ୍ର ସେ ଶ୍ରୀଲଙ୍କା ବୋଲରଙ୍କୁ ସାମ୍ନା କରି ନପାରି ମାତ୍ର ୧୬ ରନ କରି ଆଉଟ ହୋଇଥିଲେ ।
ଖେଳ ଶେଷ ହେବା ବେଳକୁ ଦେବଦତ ୧୩୧ ଓ ଋଷଭ ପନ୍ତ ୨୭ ରନ କରି ନଟଆଉଟ ଥିଲେ ।
ଫଳରେ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତ ୨ ୱିକେଟ ହରାଇ ୨୮୮ ରନ୍ ସଂଗ୍ରହ କରିପାରିଛି ।
ଶ୍ରୀଲଙ୍କା ପକ୍ଷରୁ ପ୍ରବାଥ ଜୟସୂର୍ଯ୍ୟା ଗୋଟିଏ ମାତ୍ର ୱକେଟ ନେଇପାରିଛନ୍ତି ।








