ପାକ ଖେଳାଳିଙ୍କ ମୋବାଇଲ ସିଜ୍
ଇଂଲଣ୍ଡ ଗସ୍ତରେ ଯାଇଥିବା ପାକିସ୍ତାନ ଖେଳାଳିଙ୍କୁ ମୋବାଇଲ ରଖିବା ଉପରେ କଟକଣା ଜାରି କରିଛି ପାକିସ୍ତାନ କି୍ରକେଟ କଂଟ୍ରୋଲ ବୋର୍ଡ (ପିସିବି) ।
କାରଣ ଏବେ ପିସିବିକୁ ମ୍ୟାଚ ଫିକ୍ସିଂର ଭୟ ଘାରିଛି ।
ଏଣୁ ଅନ୍ତିମ ଟେଷ୍ଟ ପୂର୍ବରୁ କିଛି ପାକ ଖେଳାଳିଙ୍କ ମୋବାଇଲକୁ ପିସିବି ଜବତ କରିଛି ।
ମ୍ୟାଚ୍ ସରିବା ପର୍ଯ୍ୟନ୍ତ ପାକ ଖେଳାଳିଙ୍କ ମୋବାଇଲ ପିସିବି ରଖବ ବୋଲି ସ୍ପଷ୍ଟ କରିଛି ।
ତେବେ କାହିଁକି ଖେଳାଳିଙ୍କ ମୋବାଇଲ ଜବତ କରାଗଲା ତା’ର କାରଣ ଏଯାବତ ଜଣାପଡ଼ିନି ।








