୧୧ରେ ଆଉ ଏକ ଲଘୁଚାପ!
ଆସନ୍ତା ୧୧ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ପାଶ୍ୱର୍ବର୍ତୀ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ଦେଖାଦେଇଛି ।
ଏଥିଯୋଗୁଁ ଉତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଉପକୂଳ ଓଡ଼ିଶା ପ୍ରଭାବିତ ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି ।
ଫଳରେ ଏହାକୁ ନେଇ ପୁଣି ରାଜ୍ୟବାସୀ ଚିନ୍ତାରେ ପଡ଼ିଛନ୍ତି ।
ବିଶେଷ କରି ଏଥିଯୋଗୁଁ ଚାଷ ପ୍ରଭାବିତ ହେବାକୁ ଥିବାରୁ ଚାଷୀ କୁଳ ଚିନ୍ତିତ ଅଛି ।








