ପାଣି ଭିତରେ ଘାଇ ବନ୍ଧ ନିର୍ମାଣ କରୁଛନ୍ତି ଯନ୍ତ୍ରୀ
ଯାଜପୁରକୁ ଶନି ଦଶା ପଡ଼ିଛି । ଲଗାଣ ବର୍ଷାରେ ତୁହାକୁ ତୁହା ବନ୍ୟା ଆସି ଯାଜପୁରବାସୀଙ୍କୁ ଘାଇଲା କରିସାରିଲାଣି ।
ଲଗାଣ ବର୍ଷା ପରେ ଯାଜପୁରରେ ବଢ଼ିଛି ଦୁର୍ଦ୍ଦଶା । ଏଣୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଅଂଟା ଭିଡ଼ିଛନ୍ତି ଯନ୍ତ୍ରୀ ।
ଏହି ମର୍ମରେ ନିଜେ ଶ୍ରମିକ ପାଲଟି ପୂରିଲା ନଦୀରେ ପଶି ସୃ୍ଷ୍ଟି ଘାଇର ମରାମତିରେ ଲାଗିପଡ଼ିଛନ୍ତି ।
ତେବେ ଯନ୍ତ୍ରୀଙ୍କ ଏହି ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିବା ସହ ଲାଇକର ମାତ୍ରା ମଧ୍ୟ ବୃଦ୍ଧି ପାଇଛି ।
ଏଭିଳ କର୍ତବ୍ୟନିଷ୍ଠା ଓ ସଚ୍ଚୋଟ ଯନ୍ତ୍ରୀଙ୍କୁ ଲୋକେ ପ୍ରଶଂସାରେ ପୋତି ପକାଉଛନ୍ତି ।








