ପୁଣି ଚାରି ଜିଲାକୁ ରେଡ ୱାର୍ଣ୍ଣିଂ
ପୁଣି ଚାରି ଜିଲାକୁ ରେଡ ୱାର୍ଣ୍ଣିଂ
ରାଜ୍ୟର ୪ଟି ଜିଲାକୁ ଆସନ୍ତା କାଲି ପର୍ଯ୍ୟନ୍ତ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।
ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଇଏମଡି ସତର୍କତା ଜାରି କରିଛି ।
ଆଉ ୧୧ଟି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏକ ପ୍ରେସ ମିଟରେ କହିଛନ୍ତି ।
ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଭଦ୍ରକକୁ ଘାଇଲା କରୁଛି ତୁହାକୁ ତୁହା ବର୍ଷା ଓ ଏଥିରୁ ସୃଷ୍ଟ ବନ୍ୟା ।
ଏହି ପ୍ରଳୟଙ୍କାରୀ ବନ୍ୟା ହେତୁ ଭଦ୍ରକ ଜିଲାର ବହୁ କ୍ଷୟକ୍ଷତି ଘଟିସାରିଛି ।
ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଦିଆଯାଇଛି ।
ଜିଲାପାଳ ଏ ସଂକ୍ରାନ୍ତରେ ବିଧିବଦ୍ଧ ଭାବେ ନିର୍ଦେଶ ଜାରି କରିଛନ୍ତି । ଏଥିସହ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟାଳୟରେ ରହିବାକୁ ନିର୍ଦେଶ ଦେଇଛନ୍ତି ।
ଯଦି କେହି ଛୁଟିରେ ଯାଇଛନ୍ତି ତେବେ ସେ ଯଥାଶିଘ୍ର ଡୁ୍ୟଟିରେ ଯୋଗ ଦେବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି ।








