ପଟ୍ଟାମୁଣ୍ଡାଇରେ ବନ୍ୟାପାଣିରେ ଫସିଲେ ଶତାଧିକ ସ୍କୁଲ ପିଲା
ପଟ୍ଟାମୁଣ୍ଡାଇରେ ବନ୍ୟାପାଣିରେ ଫସି ରହିଛନ୍ତି ପ୍ରାୟ ୩ ଶହ ସ୍କୁଲ ପିଲା ।
ପଟ୍ଟାମୁଣ୍ଡାଇର କୁଳସାହି ଆବାସିକ ସ୍କୁଲର ୩ ଶହ ପିଲା ଫସି ରହିଛନ୍ତି ।
ଏଥିସହ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ଆଳିରେ ବନ୍ୟା ପାଣି ପଶିବାରୁ ସ୍ଥିତି ଭୟଙ୍କର ହୋଇପଡ଼ିଛି ।
ବ୍ରାହ୍ମଣୀ ନଦୀ ପାଣି କୂଳ ଲଂଘିବାରୁ ଏହି ଆବାସିକ ସ୍କୁଲ ଆଡ଼କୁ ବନ୍ୟାଜଳ ମାଡ଼ି ଆସିଥିଲା ।
ଫଳରେ ସେଠାରେ ରହୁଥିବା ପ୍ରାୟ ୩ ଶହ ପିଲା ବନ୍ୟାରେ ଫସି ରହିଛନ୍ତି ।
ସେହିପରି ପଟ୍ଟାମୁଣ୍ଡାଇ, ଆଳି ଓ କେନ୍ଦ୍ରାପଡ଼ା ବ୍ଲକର ତଳିଆ ଅଂଚଳ ଜଳମଗ୍ନ ହୋଇପଡ଼ିଛି ।
ଏହାଦ୍ୱାରା ମହାବୀର ବଜାରରେ ବ୍ରାହ୍ମଣୀ ନଦୀର ପାଣି ପଶିଛି ।
ଫଳରେ ପାଣି ଘେରରେ ଜଳବନ୍ଦୀ ହୋଇ ରହିଛନ୍ତି ହଜାର ହଜାର ଲୋକ ।
ତେଣେ ଅଲଭା ଠାରେ ବିପଦ ସଂକେତ ଟପିଛି ବ୍ରାହ୍ମଣୀ ।








