ବନ୍ୟା ପାଇଁ ପଂଚଲିଙ୍ଗେଶ୍ୱର ମନ୍ଦିର ବନ୍ଦ
ବାଲେଶ୍ୱରରେ ପୁଣି ବନ୍ୟା ବିତ୍ପାତ ଦେଖାଦେଇଛି ।
ବନ୍ୟା ଯୋଗୁଁ ଗୋଟିଏ ମନ୍ଦିରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି ।
ଏଭଳି ଏକ ଅଭାବନୀୟ ଘଟଣା ବାଲୋଶ୍ୱର ଜିଲାର ନିଳଗିରି ଠାରେ ଘଟିଛି ।
ଏଠାରେ ବନ୍ୟାଜଳ ମାଡ଼ି ଆସିବାରୁ ପଂଚଲିଙ୍ଗେଶ୍ୱର ମନ୍ଦିର ପୂଜା ମଣ୍ଡ ଚାରିପଟେ ବନ୍ୟା ଜଳ ରହିଥିଲା ।
ଫଳରେ ଜଳବନ୍ଦୀରେ ସେହି ସମୟରେ ଉକ୍ତ ପୂଜା ମଣ୍ଡପରେ ଉପସ୍ଥିତ ଚାରି ଜଣ ପୂଜକ ଫସିରହିଥିଲେ ।
ଖବର ପାଇ ଓଡ୍ରାଫ ଟିମ୍ ସେଠାରେ ପହଂଚି ଜଳବନ୍ଦୀରେ ଫସିଥିବା ଚାରି ଜଣ ପୂଜକଙ୍କୁ ଉଦ୍ଧାର କରିଥିଲା ।
ତେବେ ଏହି ଘଟଣା ପରେ ପଂଚଲିଙ୍ଗେଶ୍ୱର ମନ୍ଦିରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରଶାସନ ବନ୍ଦ କରିଦେଇଛି ।
ତେଣେ ରାତି ପାହିଲେ ପବିତ୍ର ଶ୍ରାବଣ ମାସର ୩ୟ ସୋମବା ହୋଇଥିବାବେଳେ ଦେବାଧିଦେବ ମହାଦେବଙ୍କଉ ଜଳ ଲାଗି କରିବାକୁ ଆସିଥିବା କାଉଡ଼ିଆମାନେ ବାବାଙ୍କ ଦର୍ଶନ ନ ପାଇ ନିରାଶ ହୋଇ ଫେରିଯାଇଛନ୍ତି ।








