ଦାରା ସିଂଙ୍କ ମୁକ୍ତି ମାମଲାରେ ଏସସିଙ୍କ ତାଗିଦା
ଆପଣ ନିଷ୍ପତି ନିଅନ୍ତୁ, ନଚେତ ଆମେ ନେବୁ
ଅଷ୍ଟ୍ରେଲୀୟ ନାଗରିକ ଗ୍ରାହାମ ଷ୍ଟ୍ରେନ ପୋଡ଼ି ମାମଲାରେ ଆଜୀବନ ଦଣ୍ଡ ଭୋଗୁଥିବା ଦାରା ସିଂହଙ୍କ ମୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ।
ହେଲେ ଏହାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ କ୍ଷୁବ୍ଧ ହେବା ସହ ତାଗିଦା କରିଛନ୍ତି ।
ଓଡ଼ିଶା ଷ୍ଟେଟ ସେଂଟେନ୍ସ ରିଭ୍ୟୁ ବୋର୍ଡକୁ ରିଭୁ୍ୟ ପିଟିସନ ଦାଖଲ ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି ।
ଏଥିସହ କାହିଁକି ରିଭୁ୍ୟ ବୋର୍ଡ ପକ୍ଷରୁ ରିପୋର୍ଟ ଦାଖଲ କରିବାରୋ ବିଳମ୍ବ ଘଟୁଛି ବୋଲି ପଚାରିଛନ୍ତି ।
କୌଣସି ନିଷ୍ପତି ନ ନେବାକୁ ବିଲକୁଲ ବରଦାସ୍ତ କରାଯିବନି ବୋଲି ଭର୍ତ୍ସନା କରିଛନ୍ତି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ।
ଏଣୁ ତୁରନ୍ତ ରିଭୁ୍ୟ କରି ଜଣାଇବାକୁ ନିର୍ଦେଶ ଦେଇଛନ୍ତି ।
ଏଥିସହ ଆପଣ ନିଷ୍ପତି ନିଅନ୍ତୁ, ନହେଲେ ଆମେ ନେବୁ ବୋଲି ମାନ୍ୟବର ସୁପ୍ରିମକୋର୍ଟ ତାଗିଦା କରିଛନ୍ତି ।







