୨୨ରେ ବଙ୍ଗୋପସାଗରରେ ଲଘୁଚାପ !
ଓଡ଼ିଶାକୁ ଛାଡ଼ୁନି ଲଘୁଚାପ ଓ ଲଘୁଚାପଜନିତ ବର୍ଷା । ଗତ ପ୍ରାୟ ଦେଢ଼ ମାସରୁ ଊଦ୍ଧ୍ୱର୍ ହେବ ଲାଗି ରହିଛି ତୁହାକୁ ତୁହା ଲଘୁଚାପଜନିତ ବର୍ଷା । ଏଥିଯୋଗୁଁ ରାଜ୍ୟର ସମସ୍ତ ପ୍ରମୁଖ ଓ ଶାଖା ନଦୀଗୁଡ଼ିକରେ ବନ୍ୟା ଆସି ଲୋକଙ୍କୁ ଅକଥନୀୟ ଯନ୍ତ୍ରଣା ଦେଇସାରିଲାଣି ।
ପୁଣି ଆସନ୍ତା ୨୨ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏଥିଯୋଗୁଁ ୨୨ ତାରିଖ ପରେ ପଶ୍ଚିମ, ଉତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ । ଏଥିସହ ଆସନ୍ତା ୨୪ ଘଂଟା ପାଇଁ ୪ ଜିଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
ତଦନୁଯାୟୀ କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ ଓ ବାଲେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା କାଲି ୧୪ ଜିଲାକୁ ୟେଲୋ ଆଲର୍ଟ । ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି ।







