ଭାରତ ଗସ୍ତରେ ଆସିପାରନ୍ତି ଚୀନ ରାଷ୍ଟ୍ରପତି ଜିନପିଙ୍ଗ
ଆସନ୍ତା ସେପ୍ଟେମ୍ବର ମାସରେ ଦିଲ୍ଲୀରେ ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି ।
ଏଥିରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ସାମିଲ ହେବେ ।
ଏହି କ୍ରମରେ ସେ ଭାରତ ଆସିପାରନ୍ତି ବୋଲି ଚୀନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ଆସନ୍ତା ସେପ୍ଟେମ୍ବର ୧୨ରୁ ୧୩ ତାରିଖ ମଧ୍ୟରେ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରାୟ ୪ଶହ ଟିମ୍ ସହ ବି୍ରକ୍ସ ସମ୍ମିଳନୀକୁ ଆସିବେ ।
ଏହି ସମୟରେ ସେ ଭାରତ ଗସ୍ତ ମଧ୍ୟ କରିପାରନ୍ତି ବୋଲି ସୂଚନା ମିଳିଛି ।
ତେବେ ସେ ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବାର ନେଇ କୌଣସି ସରକାରୀ ସୂଚନା ହସ୍ତଗତ ହୋଇନାହିଁ ।
ସୂଚନାଥାଉ କି, ଏଥିପୂର୍ବରୁ ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜର (ଏନଏସଏ) ଅଜିତ ଡୋଭାଲ ଚୀନ୍ତ ଗସ୍ତରେ ଯାଇଥିଲେ ।








