କିମ୍ସ ହସ୍ପିଟାଲକୁ ସୋ’କଜ୍ ନୋଟିସ୍
ରାଜ୍ୟର ଏକ ପ୍ରତିଷ୍ଠିତ ହସ୍ପିଟାଲ ଭାବେ ପରିଚିତ ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲକୁ ସୋ’ କଜ ନୋଟିସ ଜାରି ହୋଇଛି ।
ଏହାର ଆଇସିୟୁ ଆଡମିଶନ ମାନଦଣ୍ଡ ଓ ରେକର୍ଡ ମଧ୍ୟରେ ଅସଙ୍ଗତି ରହିଥିବା ଜଣାପଡ଼ିବ ପରେ କିମ୍ସ ହସ୍ପିଟାଲ କର୍ତୃପକ୍ଷଙ୍କୁ ଏନେଇ ଓଡ଼ିଶା ଷ୍ଟେଟ୍ ହେଲ୍ଥ ଆସୁ୍ୟରାନ୍ସ ସୋସାଇଟି କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।
ଏଥିସହ ୬ ଜଣ ହିତାଧିକାରୀଙ୍କ ଆୟୁଷ୍ମା ଭାରତ ପିଏମ-ଜୟ ଓ ବିଏସକେୱାଇ/ଜିଜେୱାଇରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ପାଇବା ପରେ ଏହି ନୋଟିସ ଜାରି ହୋଇଛି ।
ବିଶେଷ କରି ପ୍ରି-ଅଥରାଇଜେସନରେ ଅନିୟମିତତା, ଅପ-କୋଡିଂ, କ୍ଲିନିକାଲ ରେକର୍ଡରେ ହେରଫେର ନେଇ ଅଭିଯୋଗ ହୋଇଥିଲା ।
ସେହିପରି ଓପିଡି ରୋଗୀଙ୍କୁ ଆଇପିଡି ଭାବେ ଦର୍ଶଯାଇଥିବା ନେଇ ଅଭିଯୋଗ ହୋଇଛି । ଏଥିସହ ରୋଗୀଙ୍କ ଠାରୁ ଅତିରିକ୍ତ ଟଙ୍କା ଆଦାୟ ଭଳି ଅଭିଯୋଗ ସାମ୍ନାକୁ ଆସିଛି ।
ଏହି ସମସ୍ତ ଅଭିଯୋଗକୁ ଭିତି କରି ଆସନ୍ତା ୫ ଦିନ ମଧ୍ୟରେ ଏହି ସୋ’କଜ୍ର ଜବାବ ଦେବାକୁ ନିର୍ଦେଶ ଜାରି ହୋଇଛି ।
ଏହି ମାମଲାରେ କିମ୍ସ ହସ୍ପିଟାଲ ବିରୋଧରେ କାହିଁଖି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ, ତାହାର ସ୍ପଷ୍ଟୀକରଣ ମଗାଯାଇଛି ।
ଧାର୍ଯ୍ୟ ସମୟ ମଧ୍ୟରେ ଜବାବ ନ ମିଳିଲେ ନିୟମାନୁସାରେ ପଦକ୍ଷେପ ନିଆଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି ।
ତେବେ ଏଯାବତ କୌଣସି ନୋଟିସ ହସ୍ତଗତ ହୋଇନଥିବା କିମ୍ସ ପିଆରଓ କହିଛନ୍ତି ।
ନୋଟିସ ପାଇଲେ ଅବଗତ କରାଇବୁ ବୋଲି ସେ କହିଛନ୍ତି ।








