ସମୂହ ଛୁଟିରେ ରେଭେନ୍ସା ଅଧ୍ୟାପକ
ପୁଣି ଚର୍ଚ୍ଚାକୁ ଆସିଛି ରେଭେନ୍ସା ବିଶ୍ୱବିଦ୍ୟାଳୟ ।
ଏଥରକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକଙ୍କ ମଧ୍ୟରେ ଥିବା ଫାଟ ସାମ୍ନାକୁ ଆସିଛି ।
ସମୂହ ଛୁଟିରେ ଯିବାକୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ଘୋଷଣା କରିଛି ।
ଆଜି ଠାରୁ ସେମାନେ ସମୂହ ଛୁଟିରେ ଯିବେ ବୋଲି ଘୋଷଣା କରିଛନ୍ତି ।
ସଂଘର ବୈଠକରେ ଏହା ସ୍ଥିର କରାଯାଇଛି ।
ଫଳରେ ଶିକ୍ଷାଦାନ ପାଇଁ ସୁନାମ ଅର୍ଜିଥିବା
ଏହି ବିଶ୍ୱ ବିଦ୍ୟାଳୟରେ ଏବେ ଶିକ୍ଷାଦାନ ସଂକଟରେ ପଡ଼ିବ ବୋଲି ବୁଦ୍ଧିଜୀବୀ ଓ ବିଦ୍ୟାର୍ଥୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।
ସୂଚନାଥାଉ କି, ଗତ କିଛି ଦିନ ତଳେ ବିଧାୟକ-ୱାର୍ଡେନ କଳି ଯୋଗୁଁ ବିଶ୍ୱ ବିଦ୍ୟାଳୟ ଚର୍ଚ୍ଚାକୁ ଆସିଥିଲା ।








