ବୁର୍ଲାରେ ମାଂସ ବ୍ୟବସାୟୀଙ୍କୁ ଗୁଳି, ଅଭିଯୁକ୍ତ ଗିରଫ
ସମ୍ବଲପୁର ଏବେ ଅପରାଧୀଙ୍କ ଚରାଭୂଇଁ ପାଲଟିଛି । ପ୍ରତିଦିନ ଛିନତାଇ, ଚୋରି, ଡକାୟତି, ହତ୍ୟା ଉଦ୍ୟମ, ହତ୍ୟା, ସାଇବର ଠକେଇ ଭଳି ଅପରାଧ ଘଟୁଛି ।
ଏହି ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟରେ ଶନିବାର ବୁର୍ଲର୍ା ଥାନା ଅନ୍ତର୍ଗତ କିର୍ବା ଛକରେ ବିଚ୍ ରାସ୍ତାରେ ଜଣେ ଯୁବ ମାଂସ ବ୍ୟବସାୟୀ ଏମଡି ଅନିଶଙ୍କୁ ଦୁର୍ବୃତ ଗୁଳି କରିଛନ୍ତି । ।
ଦିନ ଦ୍ୱିପ୍ରହରରେ ବ୍ୟବସାୟୀଙ୍କୁ ଅତି ନିକଟରୁ ୩ ରାଉଣ୍ଡ ଗୁଳି କରିଛନ୍ତି । ଏଥିରେ ଯୁବ ମାଂସ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବାବେଳେ ଅଭିଯୁକ୍ତ ରାଜାକୁ ପୁଲିସ ଗିରଫ କରିଛି ।
ପୁଲିସର କହିବା ମୁତାବକ ଗିରଫ ଅଭିଯୁକ୍ତ ରାଜା ଏକ ଅଟୋରେ ଆସି ହଠାତ ଅତି ନିକଟରୁ ଏମଡି ଅନିଶଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା ।
ଫଳରେ ଅନିଶଙ୍କ ଘଟଣାସ୍ଥଳୋର ମୃତ୍ୟୁ ଘଟିଥିଲା । ପୁଲିସ ଅଭିଯୁକ୍ତ ରାଜାକୁ ଗିରଫ କରିବା ସହ ଘଟଣାସ୍ଥଳରୁ ୭ ରାଉଣ୍ଡ ଖୋକା ଜବତ କରିଛି ।
ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇପାରିନଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି ।








