ସୁଭଦ୍ରା ଟଙ୍କା ପାଇଁ ସ୍ତ୍ରୀକୁ ହତ୍ୟା
ଗତ ଗୁରୁବାର ରାଜ୍ୟ ସରକାର ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟର ଯୋଗ୍ୟ ହିତାଧିକାରୀ ମହିଳାମାନଙ୍କୁ ‘ସୁଭଦ୍ରା’ର ପଂଚମ କିସ୍ତି ପ୍ରଦାନ କଲେ । ଏହି ଟଙ୍କା ସିଧାସଳଖ ମହିଳାମାନଙ୍କ ବ୍ୟାଙ୍କ ଆକାଉଂଟକୁ ଆସିଲା । ହେଲେ ଏହି ‘ସୁଭଦ୍ରା’ ଟଙ୍କା ପାଇଁ ଅନେକ ପରିବାରରେ ଦେଖାଦେଇଛି ଅସନ୍ତୋଷ ।
ଏପରିକି ‘ସୁଭଦ୍ରା’ ଟଙ୍କା ଦେବାକୁ ରାଜି ନ ହେବାରୁ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଛନ୍ତି । ଖାଲି ହତ୍ୟା କଲାନି ବରଂ ହତ୍ୟା କରିବା ପରେ ସ୍ତ୍ରୀର ମୃତଦେହକୁ ପାଇଖାନା ଟାଙ୍କିରେ ପୋତି ଦେଇଛି ନୃଶଂସ ସ୍ୱାମୀ ।
ଏଭଳି ଏକ ଅଭାବନୀୟ ଘଟଣା ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଜୁଆଙ୍ଗ ସାହିରେ ଘଟିଛି । ଏ
ହି ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ସ୍ୱାମୀ ଗିରିଶ ପ୍ରଧାନକୁ ପୁଲିସ ଗିରଫ କରିଛି ।
ଗିରଫ ପରେ ଶନିବାର ଅଭିଯୁକ୍ତ ଘଟଣାସ୍ଥଳରେ କ୍ରାଇମସିନ ରିକ୍ରିଏସନ କରିଛି ।








