ଲସ୍କର ଆତଙ୍କୀ କମାଣ୍ଡର ୟାସିର ନିପାତ
‘ଅପରେସନ ଆଶଦାର’କୁ ଆଉ ଏକ ବଡ଼ ସଫଳତା
ଜମ୍ମୁ-କାଶ୍ମୀର ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ବହୁ ଦିନରୁ ଘାଟିରେ ବିିଭିନ୍ନ ହିଂସାକାଣ୍ଡ, ଆତଙ୍କୀ ଆକ୍ରମଣରେ ସଂଶ୍ଲିଷ୍ଟ ଥିବା ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା (ଏଲଇଟି)ର ସ୍ଥାନୀୟ କମାଣ୍ଡାର ୟାସିରକୁ ସୁରକ୍ଷାକର୍ମୀମାନେ ଏନକାଉଂଟର କରିଛନ୍ତି । ଫଳରେ ‘ଅପରେସନ ଆଶଦାର’କୁ ଆଉ ଏକ ବଡ଼ ସଫଳତା ମିଳିଛି । ୟାସିର ବୁଡଗାମ ଜିଲା ଅନ୍ତର୍ଗତ ୟୁସମାର୍ଗ ଅଂଚଳରେ ଥିବା ଜାଣିପାରି ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।
ପିର ପଞ୍ଜାଲ ପାର୍ବତ୍ୟାଂଳର ପ୍ରାୟ ୧୨ରୁ ୧୫ ହଜାର ୫ଶହ ଫୁଟ ଉଚ୍ଚତାରେ ଅବସ୍ଥିତ ବୁଡଗାମର ଆଶଦାର ଗଲି ଏବଂ ୟସମାର୍ଗର ପାହାଡ଼ିଆ ଅଂଚଳରେ ଏହି ଗୁଳି ବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କୁ ଦେଖି ପ୍ରଥରେ ୟାସିର ଗୁଳିଚାଳନା କରିଥିଲା । ଏହାର ଜବାବରେ ୟାସିର ପାକିସ୍ତାନୀ ନାଗରି ଥିବା ଜମ୍ମୁ-କାଶ୍ମୀର ପୁଲିସ ସ୍ପଷ୍ଟ କରିଛି ।
ସୂଚନାଥାଉ କି, ନିହତ ଆତଙ୍କବାଦୀ ୟାସିର ପୂର୍ବରୁ ପୁଂଚ ଜିଲାରେ ଭାରତୀୟ ବାୟୁସେନା କନଭୟ ଉପରେ ଆକ୍ରମଣ, ସୋନାମାର୍ଗ ନିକଟରେ ଶ୍ରମିକଙ୍କ ଉପରେ ଆକ୍ରମଣ ଏବଂ ପୋଟା ପାଥ୍ରୀରେ ସେନା ଉପରେ ହୋଇଥିବା ଆତଙ୍କୀ ହମଲାରେ ସାମିଲ ଥିଲା । ସେ ପୂର୍ବରୁ ଲସ୍କର ର ସୁଲେମାନ ମୁସା ଗ୍ରୁପ ସହ ଜଡ଼ିତ ଥିଲା ।
ପ୍ରାୟ ବର୍ଷେ ପୂର୍ବରୁ ସେଥରୁ ଅଲଗା ହୋଇ ସ୍ୱାଧୀନ ଭାବେ ଏହି ଅଂଚଳରେ ନିଜର ଆତଙ୍କବାଦୀ ନେଟୱର୍କ ଚଳାଉଥିଲା । ଏନକାଉଂଟରରେ ତା’ ନିକଟରୁ ଏକ ଏକେ-ସିରିଜ ରାଇଫଲ ଏବଂ ଅନ୍ୟାନ୍ୟ ଯୁଦ୍ଧ ସାମଗ୍ରୀ ଜବତ କରାଯାଇଛି । ତେବେ ୟାସିରନର ନିପାତ ହେବା ପରେ ‘ତୁମେ ଦୌଡ଼ି ପାରିବ, କିନ୍ତୁ ଲୁଚି ପାରିବ ନାହି’ ବୋଲି ଜମ୍ମୁ-କାଶ୍ମୀର ପୁଲିସ ନିଜର ସୋସିଆଲ ମିଡିଆରେ ପୋଷ୍ଟ କରିଛି ।





