ଶ୍ରୀଲୋକନାଥଙ୍କ ଦୈନିକ ନୀତିକାନ୍ତି ବାବଦକୁ ଖର୍ଚ ୪୫ ହଜାର ଟଙ୍କା !
ସେବାୟତଙ୍କ କହିବାନୁସାରେ, ପ୍ରଭୁ ଶ୍ରୀ ଲୋକନାଥଙ୍କ ଦୈନିକ ନୀତିରୀତି ନିମନ୍ତେ ପ୍ରାୟତଃ ୪୦ରୁ ୪୫ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ ।
ତେବେ ସରକାର ଓ ପ୍ରଶାସନ ପକ୍ଷରୁ ପ୍ରଭୁ ଶ୍ରୀଲୋକନାଥଙ୍କ ମନ୍ଦିରର ଚାରିପଟେ ପାଚେରି ଓ ଯାତ୍ରୀଙ୍କ ସୁବିଧା ନିମନ୍ତେ ଏଠାରେ ଗେଷ୍ଟହାଉସ, ପାଣି ଓ ଶୌଚାଳୟର ବ୍ୟବସ୍ଥା କରାଯାଇଛି;
କିନ୍ତୁ ଖୋଦ୍ ପ୍ରଭୁ ଶ୍ରୀ ଲୋକନାଥଙ୍କ ନୀତିକାନ୍ତି ଓ ଅନ୍ୟାନ୍ୟ ବିଷୟ ପ୍ରତି ସରକାର ସେତେ ସଚେତନ ନଥିବା ସେବାୟତ ବାବୁଲି ନନା କ୍ଷୋଭ ପ୍ରକାଶ କରିଛନ୍ତି ।