ଇରାନକୁ ଟ୍ରମ୍ପଙ୍କ ଚେତାବନୀ ତୁରନ୍ତ ଆତ୍ମସମର୍ପଣ କର, ନଚେତ ଭୋଗ
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ଭୟଙ୍କର ହୋଇପଡ଼ିଥିବାବେଳେ ଏହା ଚତୁର୍ଥ ଦିବସରେ ପହଂଚିଛି । ମଙ୍ଗଳବାର ଇରାନ ପକ୍ଷରୁ ସାଉଦୀ ଆରବ ରାଜଧାନୀ ରିଆଦରେ ଥିବା ଆମେରିକୀୟ ଦୂତାବାସକୁ ଟାର୍ଗେଟ୍ କରି ଡ୍ରୋନ ଆକ୍ରମଣ କରାଯାଇଥିଲା ।
ଏଥିରେ ଆମେରିକୀୟ ଦୂତାବାସ ହୁତୁହୁତୁ ହୋଇ ଜଳିଉଠିଥିଲା । ତେଣେ ଏହି ଆକ୍ରମଣକୁ ଗୁରୁତର ସହ ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଇରାନକୁ ସିଧାସଳଖ ଚେତାବନୀ ଦେଇଛନ୍ତି ଯେ, ତୁରନ୍ତ ଆତ୍ମସମର୍ପଣ କର, ନଚେତ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ । ଯଦି ଇରାନ ତା’ର ଜିଦ୍ ନ ଛାଡ଼େ ତା’ହେଲେ ଆବଶ୍ୟକସ୍ଥଳେ ଆମେରିକୀୟ ସ୍ଥଳ ସେନା ଏଥିରେ ସକ୍ରିୟ ଭାବେ ଭାଗ ନେଇ ଯୁ୍ଦ୍ଧକୁ ଓହ୍ଲାଇବ ବୋଲି ଟ୍ରମ୍ପ କହିଛନ୍ତି ।