ରକ୍ତମୁଖା ଇରାନର ପ୍ରତିଆକ୍ରମଣ
ଆମେରିକା ଓ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ଇରାନର ସର୍ବୋଚ ନେତା ଆୟୋତୋଲ୍ଲା ଅଲି ଖାମେନେଇ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଅମିର ନାସିଦଜାଦେହ ଓ ମୁଖ୍ୟ କମାଣ୍ଡର ମହମ୍ମଦ ପାକପୋର ପ୍ରାଣ ହରାଇଛନ୍ତି । ଏଥିରେ ରକ୍ତମୁଖା ହୋଇପଡ଼ିଛି ଇରାନ । ଇରାନର ରିଭୋଲ୍ୟୁସନାରୀ ଗାର୍ଡ ପକ୍ଷରୁ ମଧ୍ୟପ୍ରାଚ୍ୟରେ ଥିବା ଆମେରିକା ଏବଂ ଇସ୍ରାଏଲର ତେଲଅଭିଭ ଉପରେ ଘନଘନ ରକେଟ୍ ଓ କ୍ଷେପଣାସ୍ତ୍ର ମାଡ଼ ଜାରି ରହିଛି ।
ସୋମବାର ଇରାନ ପକ୍ଷରୁ ମଧ୍ୟପ୍ରାଚ୍ୟର ଏକାଧିକ ରାଷ୍ଟ୍ରରେ ଥିବା ଆମେରିକୀୟ ଘାଟି ଉପରେ ଆକ୍ରମଣ ଜାରି କରାଯାଇଛି । ଏଗୁଡ଼ିକ ହେଲା (୧) କାତାରସ୍ଥିତ ଅଲ୍ ଉଦୈଦ ବାୟୁସେନା ଘାଟି । ଆମେରିକାର ସେଂଟ୍ରାଲ କମାଣ୍ଡ ମୁଖ୍ୟାଳୟ ଏଠାରେ ଅବସ୍ଥିତ । (୨) କୁଏତରେ ଥିବା ଅଲି ଅଲ୍ ସାଲେମ୍ ବାୟୁସେନା ଘାଟି । ଏହି ଘାଟିରେ ଆମେରିକାର ଲଢ଼ୁଆ ବିମାନ ମୁତୟନ କରାଯାଇଛି । (୩) କ୍ୟାମ୍ପ ଆରିଫଜାନ ଆଣ୍ଡ କ୍ୟାମ୍ପ ବ୍ୟୁରିଙ୍ଗ୍ । ଏଠାରେ ଆମେରିକାର ଯୁଦ୍ଧ ବିମାନ ମୁତୟନ ହୋଇନଥିଲେ ସୁଦ୍ଧା ଅତ୍ୟାଧୁନିକ ରାଡାର ରହିଛି । (୪) ସାଉଦି ଆରବସ୍ଥି ପ୍ରିନ୍ସ ସୁଲତାନ ବାୟୁସେନା ଘାଟି । (୫) ୟୁଏଇସ୍ଥିତ ଅଲ୍ ଧାଫ୍ରା ବାୟୁସେନା ଘାଟି । (୬) ବାହାରିନସ୍ଥିତ ନୌସେନା ଘାଟି । ଏଠାରେ ଆମେରିକାର ପଂଚମ ନୌଭେଳା (ଫିପଥ୍ ଫ୍ଲିଟ୍) ସକ୍ରିୟ ରହିଛି । (
୭) ଇରାକସ୍ଥିତ ଅଲ୍ ଆସାଦ ଘାଟ । ଇରାକ ଓ ସିରିଆରେ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଘାଟିକୁ ଆମେରିକା ବ୍ୟବହାର କରିଥାଏ । (୮) ଇରାନର କୁର୍ଦିସ୍ତାନସ୍ଥିତ ଏରବିଲ୍ ବାୟୁସେନା ଘାଟି ଏବଂ (୯) ଇରାକସ୍ଥିତ ହାରିର୍ ବାୟୁସେନା ଘାଟି । ଇରାନର ଏହି ପ୍ରଚଣ୍ଡ ଆକ୍ରମଣରେ ଏବେ ମଧ୍ୟ ପ୍ରାଚ୍ୟ ଥରହର ହେଉଛି । ଇରାନ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ନୌଭେଳା ଆବ୍ରାହମ ଇିଂକନ ଯୁଦ୍ଧପୋତ ଉପରେ ଇରାନ ୪ଟି କ୍ଷେପଣାସ୍ତ୍ରମାଡ଼ କରିଛି । ସେପଟେ ଆମେରିକା ମଧ୍ୟ ପ୍ରତିଜବାବରେ ବି-୫୨ ଯୁଦ୍ଧ ବିମାନରୁ ବଙ୍କରତଳେ ଥିବା ଇରାନର ୯ଟି ଅସ୍ତ୍ରାଗାର ଉପରେ ବୋମାମାଡ଼ କରାଯାଇ କ୍ଷେପଣାସ୍ତ୍ରଗୁଡ଼ିକୁ ଧ୍ୱଂସ କରିଦିଆଯାଇଥିବା ଆମେରିକା ରାଷ୍ଟ୍ରପତି ଟ.୍ରମ୍ପ କହିଛନ୍ତି ।