ଆମେରିକାକୁ ଇରାନ୍ ଝଟକା ଇରାନ କ୍ଷେପଣାସ୍ତ୍ର ମାଡ଼ରେ ଥଡ୍ ରେଡାର ସିଷ୍ଟମ ଧ୍ୱଂସ
ଇରାନ ଏବଂ ଆମେରିକା-ଇସ୍ରାଏଲ୍ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୀଷଣ ଯୁଦ୍ଧ ୯ମ ଦିନରେ ପହଂଚିଛି । ଗତ କାଲି ଶନିବାର ରାତିରେ ଆମେରିକାକୁ ଶକ୍ତ ଝଟ୍କା ଦେଇଛି ଇରାନ । ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଧ୍ୱଂସ ପାଇଛି ଆମେରିକାର ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ ଥଡ୍ ରେଡାର ।
ଜୋର୍ଡାନସ୍ଥିତ ମୁୱାଫାକ୍ ସଲତି ବାୟୁସେନା ଘାଟିରେ ମୁତୟନ ଏହି ଥଡ୍ ରାଡାର ସିଷ୍ଟମକୁ ଧ୍ୱଂସ କରିଛି ଇରାନ । ଫଳରେ ଆମେରିକାକୁ ପ୍ରାୟ ୩୦ କୋଟି ଡଲାରର କ୍ଷତି ସହିବାକୁ ପଡ଼ିଛି । ଏହି ଅତ୍ୟାଧୁନିକ ଥଡ୍ ରେଡାର ସିଷ୍ଟମ ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ଓ ଡ୍ରୋନ୍କୁ ଆକାଶମାର୍ଗରେ ହିଁ ନଷ୍ଟ କରିବାର କ୍ଷମତା ଥିବାବେଳେ ଏହାକୁ ଚକମା ଦେଇଛି ଇରାନର କ୍ଷେପଣାସ୍ତ୍ର ।
ତେବେ ଏକ ସପ୍ତାହରୁ ଊଦ୍ଧ୍ୱର୍ ସମୟ ଧରି ଚାଲିଥିବା ଏହି ଯୁଦ୍ଧରେ ଇରାନର ଏକ ବଡ଼ ସଫଳତା ବୋଲି ଅନେକ ପ୍ରତିରକ୍ଷା ବିଶେଷଜ୍ଞ କହୁଛନ୍ତି ।