ଭୁବନେଶ୍ୱରରୁ ୩ ଶିଶୁ ଉଭାନ ଶିଶୁ ଚୋର ରାକେଟ ନାଁ ଅନ୍ୟ କିଛି ?
ଆଜି ଭୁବନେଶ୍ୱରରୁ ୩ ଜଣ ଶିଶୁ ନିଖୋଜ ହୋଇଯାଇଛନ୍ତି । ଏହି ୨୪ ଘଂଟା ମଧ୍ୟରେ ଏଭଳି ଘଟଣା ଘଟିଛି ଯାହାକୁ ନେଇ ଅଂଚଳରେ ଚାପା ଉତେଜନା ଲାଗି ରହିଛି । ସାଲିୀଆ ସାହି ତାରିଣୀ ନଗରରୁ ସୁମିତ୍ରା ଦେହୁରୀ ଓ ହାତଆଶୁଣୀ ଅଂଚଳର ଶୁଭଶ୍ର ନାୟକ ଏବଂ ଧଉଳି ପାହାଡ଼ ଅଂଚଳର ପ୍ରଦ୍ୟୁମ୍ନ ପ୍ରଧାନ (୧୨) ଶୁକ୍ରବାର ନିଖୋଜ ଅଛନ୍ତି ।
ଏନେଇ ନିଖୋଜ ନାବାଳିକା ସୁମିତ୍ରା ଓ ଶୁଭଶ୍ରୀଙ୍କ ପିତାମାତା ଏବଂ ପ୍ରଦ୍ୟୁମ୍ନଙ୍କ ଅଭିଭାବକ ଥାନାରେ ଏତଲା ଦେଇଛନ୍ତି । ପୁଲିସ ସେମାନଙ୍କ ଏତଲାକୁ ଗ୍ରହଣ କରି ତଦନ୍ତ ଜାରି ରଖିବା ସହ ନିଖୋଜ ଶିଶୁଙ୍କୁ ଠାବ କଲେ ୨୫ ହଜାର ଟଂକା ପୁରସ୍କାର ରାଶି ଘୋଷଣା କରିଛି ।
ଏନେଇ ପୁଲିସ ତଦନ୍ତ ଜାରି ରଖିଥିବାବେଳେ ଏଯାବତ୍ ନିଖୋଜ ଶିଶୁଙ୍କ ପତା ମିଳିପାରି ନାହିଁ । ତେବେ ଏହି ନିଖୋଜ ପଛରେ କୌଣସି ଶିଶୁ ଚୋର ରାକେଟ କାମ କରୁଛି ନାଁ କୌଣସିି ଅଦୃଶ୍ୟ ଶକ୍ତି ପଛରେ ରହିଛି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।