ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ
ଆଜି ରାଜ୍ୟସଭା ପାଇଁ ପ୍ରାର୍ଥୀମାନେ ନାମାଙ୍କାନପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ଦିନ ଥିବାବେଳେ ୫ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡି ଓ କଂଗ୍ରେସର କମନ୍ ପ୍ରାର୍ଥୀ ଭାବେ ଦତେଶ୍ୱର ହୋତା ନାମାଙ୍କନ ପତ୍ର ଦଖଲ କରିଛନ୍ତି ।
ବିଜେପିର ମନମୋନହନ ସାମଲ ଓ ସୁଜିତ କୁମାର ପ୍ରାର୍ଥୀ ରହିଛନ୍ତି । ତୃତୀୟ ଆସନ ପାଇଁ ବିଜେଡିର ସଂତୃପ୍ତ ମିଶ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚତୁର୍ଥ ଆସନ ପାଇଁ ରୋଚକ ଲଢ଼େଇ ହେବ । ଏହି ଆସନ ପାଇଁ ଦତେଶ୍ୱର ହୋତା ବନାମ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କ ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି ।
ଆଜି ନାମାଙ୍କନ ପତ୍ର ପୂର୍ବରୁ ଦିଲୀପ ରାୟ ଟ୍ୱିଟ୍ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡିର ପ୍ରତିଷ୍ଠାତା ବିଜୁବାବୁଙ୍କ ଜୟନ୍ତୀରେ ତାଙ୍କ ପ୍ରତି ଏକ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ତାଙ୍କ ଟୁଇଟରେ ବିଜୁ ବାବୁ ପ୍ରକୃତରେ ଜଣେ ରାଜନେତା ଥିଲେ । ଦଳୀୟ ସୀମା ଏବଂ ବିଚାରଧାରାରରୁ ଊଦ୍ଧ୍ୱର୍ରେ ବିଜୁବାବୁ ଥିଲେ ବୋଲି ଦିଲୀପ ରାୟ ଟୁଇଟରେ ପ୍ରକାଶ କରିଛନ୍ତି ।
ବିଜୁବାବୁଙ୍କ ଏହି ଜୟନ୍ତୀ ଅବସରରେ ମୁଁ ଆପଣମାନଙ୍କ ସମସ୍ତ ସହଯୋଗ ଆଶା କରୁଛି ବୋଲି ଲେଖିଛନ୍ତି ।