ଯୁଦ୍ଧର ପ୍ରଭାବ ଖାଇବା ତେଲ ଉପରମୁହାଁ
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ପ୍ରଥମେ ଏଲପିଜି, ପେଟ୍ରୋଲ ଏବଂ ଡିଜେଲ ଉପରେ ପଡ଼ିଥିବାବେଳେ ଏବେ ଏହାର ମାଡ଼ ସିଧାସଳଖ ରୋଷେଇଶାଳ ଉପରେ ପଡ଼ିଛି ।
ଏହାର ପ୍ରଭାବରେ ବର୍ତମାନ ଖାଇବା ତେଲର ମଧ୍ୟ ଉପରମୁହାଁ ହେବା ଆରମ୍ଭ କରିଛି । ପାମୋଲିନ ଏବଂ ରିଫାଇନ ତେଲର ଦର ବଢ଼ିବାକୁ ଲାଗିଲାଣି । ହୋଲସେଲରେ ରିଫାଇନ ଲିଟର ପିଛି ୩ରୁ ୪ ଟଂକା ବଢ଼ିଥିବାବେଳେ ପାମୋଲିନ ତେଲ ଲିଟର ପିଛା ୨ରୁ ୩ ଟଂକା ବଢ଼ିଛି । ଫଳରେ ଏବେ ୧୬୦ରୁ ୧୭୦ ଟଙ୍କାରେ ପହଂଚିଛି ।
ଖୁଚୁରାରେ ରିଫାଇନ ତେଲର ଦର ୮ରୁ ୧୦ ଟଂକା ବଢ଼ିଥିବାବେଳେ ପାମୋଲିନ ତେଲ ଲିଟର ପିଛା ପାମୋଲିନ ତେଲ ୫ରୁ ୬ ଟଂକା ବଢ଼ିଛି ।
ମାଲେସିଆ ଓ ସିଂଗାପୁରରୁ ଆସିଥିବାବେଳେ ପାମୋଲିନ ତେଲ ଇଣ୍ଡୋନେସିଆରୁ ଆସିଥାଏ । କିନ୍ତୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ପରିବହନ ପ୍ର୍ର୍ରଭାବିତ ହେବାରୁ ଏଭଳି ଦର ବଢ଼ିଛି ।