ଏଣିକି ୨୫ ଦିନ ପରେ ଗ୍ୟାସ୍ ବୁକିଂ
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧକୁ ଦେଖି ସରକାର ରନ୍ଧନ ଗ୍ୟାସର ବୁକିଂ ଉପରେ କଟକଣା ଜାରି କରିଛନ୍ତି । ନୂତନ ନିୟମ ଅନୁଯାୟୀ ଜଣେ ଗୋଟିଏ ଏଲପିଜି ଗ୍ୟାସ ନେବାର ୨୫ ଦିନ ପରେ ହିଁ ଆଉ ଗୋଟିଏ ରିଫିଲ ଗ୍ୟାସ ବୁକିଂ କରିପାରିବେ ।
ପୂର୍ବରୁ ଜଣେ ଉପଭୋକ୍ତା ତାଙ୍କ ଗ୍ୟାସ ନେବାର ୧୫ ଦିନ ପରେ ହିଁ ଗ୍ୟାସ ବୁକିଂ କରୁଥିଲେ । ଯାହାକି ଏବେ ୨୫ ଦିନକୁ ବୃଦ୍ଧି ପାଇଛି ।
ତେଣେ ଅଶୋଧିତ ତୈଳର ଦର ବ୍ୟାରେଲ ପ୍ରତି ୧୩୦ ଡଲାର ନ ଟପିବା ପର୍ଯ୍ୟନ୍ତ ଆଉ ଦର ବଢ଼ିବ ନାହିଁ ।
ଏଥିସହ ଦେଶର ଚାହିଦାକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ ଓ ବିମାନ ଇନ୍ଧନ ଗଚ୍ଛିତ ରହିଛି ବୋଲି ସରକାର କହିଛନ୍ତି ।