ଚମ୍ପିଆନ ଟିମ ଇଣ୍ଡିଆ ଉପରେ ଧନବର୍ଷା
ବିସିସିଆଇ ପକ୍ଷରୁ ୧୩୧ କୋଟି ଟଙ୍କାର ଭେଟି
ଟି-୨୦ ବିଶ୍ୱକପରେ ଚମ୍ପିଆନ ହୋଇ ଟ୍ରଫି ହାତେଇଥିବା ଟିମ ଇଣ୍ଡିଆକୁ ବିସିସିଆଇ ୧୩୧ କୋଟି ଟଂକାର ପୁରସ୍କାର ରାଶି ଘୋଷଣା କରିଛି ।
ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଉନ୍ନତ ଖେଳ ପ୍ରଦର୍ଶନ କରି ଲଢ଼ୁଆ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ଚମ୍ପିଆନ ହୋଇ ଇତିହାସ ରଚିଛି । କାରଣ କୌଣସି ଦଳ ଏଥିପୂର୍ବରୁ ୩ଥର ଟି-୨୦ ବିଶ୍ୱକପ୍ ଜିତିନଥିବାବେଳେ ଟିମ ଇଣ୍ଡିଆ ଏହି ପ୍ରଥାକୁ ଭାଙ୍ଗି ଚଳିତ ବିଶ୍ୱକପକୁ ହାତେଇଛି ।
ବିସିସିଆଇ ଏଥିପାଇଁ ଭାରତୀୟ ଟି-୨୦ ଦଳର ସମସ୍ତ ଖେଳାଳି ଓ ସର୍ପୋଟ୍ ଷ୍ଟାଫଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଦେବା ସହିତ ସେମାନଙ୍କ ପାଇଁ ୧୩୧ କୋଟି ଟଂକାର ପୁରସ୍କାର ରାଶି ଘୋଷଣା କରିଛି । ଏହାକୁ ନେଇ ଭାରତୀୟ ଦଳ ଓ ସମସ୍ତ ସପୋର୍ଟ ଷ୍ଟାଫଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।