ଥାଲାପତି ବିଜୟଙ୍କୁ ସିବିଆଇ ସମନ
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ମଙ୍ଗଳବାର ତାମିଲଗା ଭେଟ୍ରି କାଜାଘମା ମୁଖ୍ୟ ଜୋସେଫ୍ ଚନ୍ଦ୍ରଶେଖର ବିଜୟଙ୍କୁ (ଥାଲାପତି ବିଜୟ) ମାର୍ଚ ୧୫ରେ କରୁର ଦଳାଚକଟା ମାମଲା ପାଇଁ ହାଜର ହେବାକୁ କହିଛନ୍ତି । ପୂର୍ବରୁ ଗତ ସୋମବାର ବିଜୟ ପଚରାଉଚରା ପାଇଁ ୧୫ଦିନର ସମୟ ବୃଦ୍ଧି ପାଇଁ ଆବେଦନ କରିଥିଲେ ।
ଏହା ସହ ଚେନ୍ନାଇ କିମ୍ବା ନିକଟସ୍ଥ କୌଣସି ସ୍ଥାନରେ ପଚରାଉଚରା ବ୍ୟବସ୍ଥା କରାଯାଇପାରିବ କି ନାହିଁ ତାହା ମଧ୍ୟ ଅନୁରୋଧ କରିଥିଲେ । ସିବିଆଇ ଉଭୟ ଅନୁରୋଧ ଉପରେ ବିଚାର କରୁଛି ।
ସୁପ୍ରିମ କୋର୍ଟଙ୍କ ନିର୍ଦେଶ ପରେ ମାମଲାକୁ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍ଆଇଟି)ରୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ।
ଯେଉଁଥିରେ ଏକ ଭିଡ଼ ପରିଚାଳନା ବ୍ୟବସ୍ଥା, ବିଜୟଙ୍କ ଆଗମର ସମୟସୀମା, ଦଳୀୟ ଆୟୋଜକ ଏବଂ ସ୍ଥାନୀୟ କର୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ସମେତ ରାଲିର ବିଭିନ୍ନ ଦିଗଗୁଡ଼ିକର ତଦନ୍ତ ଜାରି ରହିଛି ।
ସୁପ୍ରିମ କୋର୍ଟଙ୍କ ନିର୍ଦେଶ ପରେ ଗତବର୍ଷ ଅକ୍ଟୋବରରେ ସିବିଆଇ ତାମିଲନାଡ଼ୁ ପୁଲିସଠାରୁ ତଦନ୍ତ ଦାୟିତ୍ୱ ନେଇଥିଲା । ସେବେଠାରୁ ଏଜେନ୍ସି କରୁରରେ ଟିଭିକେ କାର୍ଯ୍ୟକ୍ରମରେ ଦଳାଚକଟା ପରିସ୍ଥିତିର ଯାଂଚ କରୁଛି ।