୭୫ ରେସନ ଡିଲରଙ୍କ ଲାଇସେନ୍ସ ବାତିଲ
ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉତର
ଓଜନ ମାପରେ ରେସନ ହିତାଧିକାରୀଙ୍କୁ ଡିଲରମାନେ ଠକୁଥିବା ଅଭିଯୋଗ ହେଉଛି । ବିଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଚାଲିଥିବା ବିଧାନସଭାର ଚର୍ଚା ମଧ୍ୟରେ ଏଭଳି ତଥ୍ୟ ସାଧାରଣଙ୍କ ସମ୍ମୁଖକୁ ଆସିଛି । ଏଭଳି ୭୫ଟି ରେସନ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ସେମାନଙ୍କ ଲାଇସେନ୍ସ ସରକାର ବାତିଲ କରିଛନ୍ତି ।
ଚଳିତ ଆର୍ଥିକ ବର୍ଷ ୩୬୨୪ଟିରେ ତଦନ୍ତ କରାଯାଇ ୭୫ଟି ରେସନ ଡିଲରଙ୍କ ଲାଇସେନ୍ସ ବାତିଲ ସହ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତର ଦେଇଛନ୍ତି ।
ଶ୍ରୀ ପାତ୍ର ଆହୁରି କହିଛନ୍ତି ଯେ ରାଜ୍ୟରେ ରେସନକାର୍ଡ ମାଧ୍ୟମରେ ଖାଉଟି ଇ-ପିଓଏସ୍ ମେସିନ ସହିତ ମାପ ଓଜନ ଯନ୍ତ୍ର ସଂଯୋଗ କରାଯାଇ ବାୟୋମେଟ୍ରିକ୍ ଅନ୍ଲାଇନ୍ ସୁନିଶ୍ଚିତ କରାଯାଇ ବଂଟନ କରାଯାଉଛି । ଏତଦ୍ବ୍ୟତୀତ ଯୋଗାଣ ଅଧିକାରୀମାନେ ନିୟମିତ ପ୍ରତ୍ୟେକ ଖାଉଟି କେନ୍ଦ୍ର ଯାଂଚ କରୁଛନ୍ତି ଏବଂ ଅଭିଯୋଗ ହସ୍ତଗତ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ସୂଚନାଯୋଗ୍ୟ ଯେ ଏକ ପ୍ରଶ୍ନରେ ବିଧାୟକ ରାମଚନ୍ଦ୍ର କାଡାମ ପ୍ରଶ୍ନ ପଚାରିଥିଲେ ଯେ ରାଜ୍ୟରେ ଅନେକ ଅଂଚଳରେ ଚାଉଳ ବଂଟନ କେନ୍ଦ୍ରରେ ଓଜନ କମ ଦେବା, ନିମ୍ନମାନର ବଂଟନ ଓ ଅନିୟମିତ ଯୋଗାଣ ନେଇ ଗୁରୁତର ଅଭିଯୋଗ ଆସୁଛି ।
ଏହି ଅନିୟମ ରୋକିବା ପାଇଁ ସରକାର କେତେ ତଦନ୍ତ ଏବଂ ନିରୀକ୍ଷଣ କରାଇଛନ୍ତି? କେତେ ରେସନ ଡିଲରଙ୍କ ଲାଇସେନ୍ସ ବାତିଲ କରାଯାଇଛି ଓ କେତେ ମାମଲାରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି