ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି
ହରିଶ ରାଣା, ବୟସ ଆନୁମାନିକ ୩୧ବର୍ଷ! ଜଣାପଡ଼ିଛି ଯେ ୩୧ବର୍ଷୀୟ ହରିଶ ରାଣାଙ୍କୁ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ପ୍ରଦାନ କରିଛନ୍ତି । କୋର୍ଟ ଗାଜିଆବାଦର ହରିଶଙ୍କୁ ମିଳିତ ଆବେଦନର ଶୁଣାଣି କରି ତାଙ୍କ ଜୀବନ ରକ୍ଷାକାରୀ ଚିକିତ୍ସା ବନ୍ଦ କରିବାକୁ ଅନୁମତି ପ୍ରଦାନ କରିଛନ୍ତି ।
ବିଚାରପତି ଜେବି ପାରଦିୱାଲା ଏବଂ ବିଚାରପତି ଆର ମହୋଦବନଙ୍କ ଖଣ୍ଡପୀଠ ଦୁଇଟି ମେଡ଼ିକାଲ ବୋର୍ଡର ରିପୋର୍ଟ ଆଧାରରେ ଏହି ନିଷ୍ପତି ଶୁଣାଇଛନ୍ତି । ରିପୋର୍ଟରେ ସ୍ପଷ୍ଟ କରାଯାଇଛି ଯେ ରାଣା ସମ୍ପୂର୍ଣ୍ଣ ସୁସ୍ଥ ହେବାର ସମ୍ଭାବନା ନାହିଁ । ସେ ଗତ ୧୩ବର୍ଷ ଧରି କୋମାରେ ରହିଛନ୍ତି । ଶଯ୍ୟାଶାୟୀ ଏବଂ ତରଳ ଖାଦ୍ୟ ଉପରେ ନିର୍ଭରଶୀଳ ଅଛନ୍ତି ।
ରାଣାଙ୍କ ପିତାମାତା ମାମଲାର ନିର୍ଦେଶାବଳୀକୁ ଉଦ୍ଧୃତ କରି ଏକ ଆବେଦନ କରିଥିଲେ । ରୋଗୀଙ୍କ ସମ୍ମତି କିମ୍ବା ପରିବାରର ଇଚ୍ଛାକୁ ଆଧାର କରି କୋର୍ଟଗୁଡ଼ିକ ଏହି ନିର୍ଦେଶାବଳୀ ଅନୁସରଣ କରି ଇଚ୍ଛାମୃତ୍ୟୁ ମଞ୍ଜୁରି ଦେଇଛନ୍ତି ।
ଜଣାପଡ଼ିଛି ଯେ ୨୦୧୩ ମସିହାରେ ହରିଶ ରାଣା ଇଞ୍ଜିନିୟରିଂ ପଢ଼ୁଥିବା ସମୟରେ ସେ ଚଣ୍ଡିଗଡ଼ରେ ତାଙ୍କ ପିଜିର ଚତୁର୍ଥ ମହଲା ବାଲକୋନିରୁ ପଡ଼ି ଯାଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେବେଠାରୁ ହରିଶ ଆଉ ଚେତା ଫେରି ପାଇ ନାହାନ୍ତି ।
ସେ ଜଣେ ମେଧାବୀ ଛାତ୍ର ଥିଲେ, କିନ୍ତୁ ଏହି ଦୁଃଖଦ ଘଟଣା ତାଙ୍କ ଜୀବନକୁ ବଦଳାଇ ଦେଇଥିଲା । ଗତ ୧୩ବର୍ଷ ଧରି ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ।
ତାଙ୍କ ପିତାମାତା କୋର୍ଟରେ ତାଙ୍କ ପୁଅକୁ ଏହି ଯନ୍ତ୍ରଣାଦାୟକ ଜୀବନରୁ ମୁକ୍ତ କରିବାକୁ ନିବେଦନ କରିଥିଲେ, ଯାହାକୁ ଦେଶର ଉଚ୍ଚତମ ଅଦାଲତ ମାନ୍ୟବର ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇ ଏହି ନିର୍ଦେଶ ଦେଇଛନ୍ତି ।